Latest Odisha News

ରେଳ ମନ୍ତ୍ରୀଙ୍କ ଘୋଷଣା, ପୁଣି ଚାଲିବ ମେମୁ

ଭୁବନେଶ୍ୱର: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । କୋଭିଡ୍ କଟକଣା ପାଇଁ ବନ୍ଦ ହୋଇଥିବା ମେମୁ ଟ୍ରେନ୍ ପୁଣିଥରେ ଚାଲିବ । ଏନେଇ ଆଜି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପୁରୀ-ତାଳଚେର-ପୁରୀ ମେମୁ, କଟକ-ଭଦ୍ରକ-କଟକ ମେମୁ ପୁଣି ଥରେ ଚାଲିବ । ସେହିଭଳି ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ୍ ଏବଂ ପୁରୀ-ସାଇ ନଗର ଶିରିଡି-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ପୁଣି ଥରେ ଗଡ଼ିବ । ଏସବୁ ଟ୍ରେନ୍ କୋଭିଡ୍ ପାଇଁ ବନ୍ଦ ଥିଲା ।

  • 68414/68413 ପୁରୀ-ତାଳଚେର-ପୁରୀ ମେମୁ
  • 68438/68437 କଟକ-ଭଦ୍ରକ-କଟକ ମେମୁ
  • 18414/18413 ପୁରୀ-ପାରାଦୀପ-ପୁରୀ ଏକ୍ସପ୍ରେସ୍
  • 20857/20858 ପୁରୀ-ସାଇ ନଗର ଶିରିଡି-ପୁରୀ ଏକ୍ସପ୍ରେସ୍
Leave A Reply

Your email address will not be published.