Latest Odisha News

BREAKING NEWS

SDJMଙ୍କ ନିର୍ଦ୍ଦେଶରେ କଟକ ଜିଲ୍ଲା ଜଜଙ୍କ ଅନ୍ତରୀଣ ରୋକ୍: ଅନୁଭବଙ୍କ ଘରେ ରହିବେ ବର୍ଷା

ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ।  ମାମଲାରେ କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଅଦାଲତ ଆଜି ରହିତାଦେଶ ଜାରି କରିଛନ୍ତି । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଝଟକା ଲାଗିଛି । ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ ରୋକ୍‌ ଲଗାଇଛନ୍ତି। ତେଣୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବେ ଅନୁଭବଙ୍କ ଘରେ ରହିପାରିବେ ।

ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର୍ଯ୍ୟ ହୋଇଛି । ବର୍ଷାଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲା କୋର୍ଟ ।

ଏହି ରାୟ ପରେ ଅନୁଭବଙ୍କୁ ଝଟକା ଲାଗିଛି । ବର୍ଷାଙ୍କ ଅନୁଭବଙ୍କ ଘର ଛାଡି ଅନ୍ୟତ୍ର ରହିବାକୁ ଏସଡିଜେଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲ, ଏହା ଉପରେ ରୋକ ଲଗାଇବାପାଇଁ ବର୍ଷା ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଥିଲେ । ସେହି ସମୟରେ ଘରଭଡା ବାବଦରେ ୩୦ ହଜାର ଟଙ୍କା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.