ଆମ ଦେଶରେ ଦୁଇଟି ପତ୍ନୀଙ୍କୁ ଏକା ସାଙ୍ଗରେ ରଖିବା ବେଆଇନ୍ ଅଟେ। କିନ୍ତୁ ରାଜସ୍ଥାନର ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଏକା ସାଙ୍ଗରେ ଦୁଇଟି ପତ୍ନୀ ରଖିବା ସାଧାରଣ କଥା। ଏହି ଗାଁର ଲୋକମାନେ ମଉଜ ମସ୍ତି ପାଇଁ ଦୁଇଟି ବିବାହ କରିନଥାନ୍ତି। ଏହା ଏକ ବାଧ୍ୟ ବାଧକତା ମଧ୍ୟ। ତେବେ ବେଳେ ବେଳେ କେତେକ ବ୍ୟକ୍ତିଙ୍କୁ ଦୁଇ ଜଣ ପତ୍ନୀଙ୍କୁ ଏକାଠି ସମ୍ଭାଳିବା କଷ୍ଟକର ମଧ୍ୟ ହୋଇପଡ଼ିଥାଏ ବୋଲି ଜଣାପଡିଛି ।
ଏହି ଅଜବ କାହାଣୀ ରାଜସ୍ଥାନର ବାଡ଼ମେର ଜିଲ୍ଲାର ଦଶସର ଗାଁର। ଏହି ଗାଁରେ ପାଖାପାଖି ୭୦ଟି ମୁସଲିମ୍ ପରିବାର ରହୁଛନ୍ତି। ଏଠାକାର ମୁସଲିମ୍ ପରିବାର ଦୁଇ ଥର ବିବାହ କରିବାର ଏବଂ ଦୁଇ ପତ୍ନୀଙ୍କୁ ଏକାଠି ରଖିବାର ପରମ୍ପରା ପାଳନ କରିଆସୁଛନ୍ତି। ଏହି ପରମ୍ପରା ପଛରେ ଥିବା କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ।
ଏପରି ବିଶ୍ବାସ ରହିଛି ଯେ ଏହି ଗାଁରେ ବ୍ୟକ୍ତିଙ୍କୁ ପ୍ରଥମ ପତ୍ନୀଙ୍କଠାରୁ ସନ୍ତାନ ମିଳିନଥାଏ। ସନ୍ତାନ ପାଇଁ ତାଙ୍କୁ ଆଉଥରେ ବିବାହ କରିବାକୁ ପଡ଼ିଥାଏ।
ଏହା ଏକ ପରମ୍ପରା ଭାବେ କାହିଁ କେତେ ବର୍ଷରୁ ଚାଲି ଆସିଛି। ଏହି ଗାଁରେ କେତେକ ପରିବାର ଏପରି ଅଛନ୍ତି ଯେଉଁମାନେ ଥରେ ବିବାହ କରିଛନ୍ତି କିନ୍ତୁ ତାଙ୍କ ଘରେ ସନ୍ତାନ ସନ୍ତତି ନାହାନ୍ତି ବୋଲି କୁହାଯାଏ। ଜଣେ ବ୍ୟକ୍ତିଙ୍କୁ ଦୁଇଥର ବିବାହ କରିବାର ଏହା ଏକ ମୁଖ୍ୟ କାରଣ ଅଟେ। ଏହି ଗାଁର ବିଶେଷତ୍ବ ହେଲା ପ୍ରଥମ ପତ୍ନୀ ବ୍ୟକ୍ତିର ଦ୍ବିତୀୟ ପତ୍ନୀକୁ ଈର୍ଷା କରିନଥାଏ କିମ୍ବା ଅସୁରକ୍ଷିତ ମନେ କରିନଥାଏ। ଦୁଇଜଣ ଦୁଇ ଭଉଣୀ ଭଳି ଚଳିଥାନ୍ତି ।
Comments are closed.