Latest Odisha News

BREAKING NEWS

ଦୁନିଆର କିଛି ଅଜବ-ଗଜବ ହୋଟେଲ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ବାହାରକୁ ବୁଲିବାକୁ ଯିବା ସମୟରେ ପ୍ରାୟତଃ ସମସ୍ତେ ଭଲ ହୋଟେଲରେ ରହିବାକୁ ପସନ୍ଦ କରିଥା’ନ୍ତି । ହୋଟେଲ ଯେତେ ଲାକଜୁରିଅସ ହୋଇଥାଏ, ରହିବାର ଆନନ୍ଦ ମଧ୍ୟ ସେହି ଭଳି ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଦୁନିଆର କିଛି ଅଜବ ହୋଟେଲ ସମ୍ପର୍କରେ କହିବୁ ।

ସମୁଦ୍ର ଭିତରେ ରହିବାକୁ ଚାହୁଁଥିଲେ ପିଜିର ଏହି ହୋଟେଲ ଆପଣଙ୍କୁ ଭଲ ଅନୁଭୂତି କରାଇ ପାରିବ । ସମୁଦ୍ର ତଳେ ଅବସ୍ଥିତ ଦୁନିଆର ଏକମାତ୍ର ହୋଟେଲ ପୋସାଇଡନ ଅଣ୍ଡରସି ରିଜର୍ଟ ବିବାହ ଏବଂ ଅନ୍ୟ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରା ଯାଉଛି ।

କୁକୁର ଥିମ ନିର୍ମିତ ଏହି ହୋଟେଲ ଆମେରିକାର ନର୍ଥ ସେଂଟ୍ରାଲ ଇଡାହୋରେ ଅବସ୍ଥିତ । ଏହା ଦେଖିବାକୁ କୁକୁର ଭଳି । ଏହି ହୋଟେଲରେ କୁକୁରର ମୁଣ୍ଡ ଭାଗରେ ଥିବା ଅଂଶରେ ବେଡ ରୁମ୍ ନିର୍ମାଣ କରା ଯାଇଛି ।

କ୍ୟାପସୁଲ ବୈଲ୍ୟୁ ନାମକ ହୋଟେଲ ଜାପାନର ଟୋକିଓରେ ଅବସ୍ଥିତ । ଏହିଭଳି ହୋଟେଲ ଗୁଡିକ ଚୀନରେ ମଧ୍ୟ ଦେଖିବାକୁ ମିଳେ । ହୋଟେଲର ରୁମ ଗୁଡିକ କ୍ୟାପସୁଲ ଭଳି ତିଆରି କରା ଯାଇଛି । ଗୋଟିଏ ହୋଟେଲରେ ୫୦ ରୁ ୬୦ଟି ରୁମ ରହିଥାଏ । ଏହା ଭିତରେ ସବୁ ପଦରକାରର ସୁବିଧା ଉପଲବ୍ଧ ଥାଏ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଏହି ହୋଟେଲର ରୁମ ଗୁଡିକ ସସ୍ତା ଥାଏ ।

ଏହି ହୋଟେଲ ସ୍ପେନରେ ଅବସ୍ଥିତ । ଯାହାର ଡିଜାଇନ ଫ୍ରୈଙ୍କ ଜେରି କରିଛନ୍ତି । ଏହାର ନିର୍ମାଣ ମେ ୨୦୦୩ରେ ଆରମ୍ଭ ହୋଇ ୨୦୦୬ରେ ଶେଷ ହୋଇଥିଲା । ଏଥିରେ ୪୩ଟି ବଖରା ଏବଂ ୩ଟି ରେଷ୍ଟୁରାଂଟ ରହିଛି । ମଦ ପ୍ରସ୍ତୁତ ହେଉଥିବା ସ୍ଥାନରେ ଏହି ହୋଟେଲ ଥିବା କାରଣରୁ ଏଥିରେ ବିଭିନ୍ନ ପ୍ରକାରର ମଦର ରଙ୍ଗରେ ଚିତ୍ରିତ କରା ଯାଇଛି ।

ପଏଟାଗୋନିଆର ହିଲୋ ହିଲୋ ଘଂଚ ଜଙ୍ଗଲରେ ଥିବା ଏହି ହୋଟେଲରୁ ଆପଣ ଜ୍ୱାଳାମୁକୀ ଭିତରେ ରହିବା ଅନୁଭୂତି କରି ପାରିବେ । ଜ୍ୱାଳାମୁକୀ ଆକାରରେ ନିର୍ମିତ ଏହି ହୋଟେଲର ଝରଣା ବହୁଥିବାର ଦେଖିବାକୁ ମିଳିବ । ପାହାଡ ଉପରେ ଜଙ୍ଗଲ ମଧ୍ୟରେ କୋଠରୀ ନିର୍ମାଣ କରା ଯାଇଛି । ବୃକ୍ଷ ଗଣ୍ଡିରେ ବାଥ ଟବ ମଧ୍ୟ ତିଆରି କରା ଯାଇଛି ।

ସ୍ୱୀଡେନରେ ପ୍ରକୃତିକୁ ଉପବୋଗ କରିବା ପାଇଂ ଟ୍ରିହୋଟେଲ ନିର୍ମାନ କରା ଯାଇଛି । ଭୂମି ଠାରୁ ୧୫ ଫୁଟ ଉଚ୍ଚତାରେ ଗଛ ଉପରେ ଏହି ହୋଟେଲର କିଛି ଭାଗ ରହିଛି । ମିରର କ୍ୟୁବ, ବାର୍ଡସ ନେଷ୍ଟ, ଦ କେବିନ, ଦ ୟୁଏଫଓ, ଡ୍ରାଗନ ଫ୍ଲାଏ, ଦ ବ୍ଲ୍ୟୁ କୋନ ଇତ୍ୟାଦି ନାମରେ ହୋଟେଲ ଏଠାରେ ରହିଛି ।

ବରଫରେ ଆବୃତ ଏକ ସ୍ଥାନରେ ୧୯୯୦ରେ ଏହି ହୋଟେଲ ତିଆରି କରା ଯାଇଥିଲା । ଏଟାରେ ସବୁ ଜିନିଷ ଆପଣଙ୍କୁ ବରଫରେ ନିର୍ମିତ ମିଳିବ । ଖରା ଦିନ କାଟିବ ପାଇଁ ଏହା ଆପଣଙ୍କ ପାଇଁ ଏକ ଉପଯୁକ୍ତ ସ୍ଥାନ ।

ଦୁଃସାହାସିକତା ପ୍ରତି ଆକୃଷ୍ଟ ଥିବା ଲୋକମାନଙ୍କ ପାଇଁ ଏକ ଭଲ ସ୍ଥାନ ରହିଛି । ପେରୁ ସ୍ଥିତ ନେଚୁରା ବାଇବ ହୋଟେଲରେ ଆପଣ ପାହାଡ ଚଢି ଏହି ହୋଟେଲରେ କଫିର ଆନନ୍ଦ ଉଠାଇ ପାରିବେ ।

ଜର୍ମାନୀର ଷ୍ଟୁଆର୍ଟଗାର୍ଡରେ ଏହି ହୋଟେଲର ସମସ୍ତ ଜିନିଷ କାରର ଥିମରେ ନିର୍ମିତ ।ଏହି ହୋଟେଲରେ ବେଡ୍ ଗୁଡିକ ମଧ୍ୟ କାର ଶୈଳୀରେ ନିର୍ମାଣ କରା ଯାଇଛି ।

Leave A Reply

Your email address will not be published.