Latest Odisha News

BREAKING NEWS

ବାଘ ସହ ଫଟୋ ଉଠାଉଥିଲେ ଦୁଇ ପର୍ଯ୍ୟଟକ, ଗର୍ଜନ ଶୁଣି ଦୌଡ଼ିଲେ

ଥାଇଲ୍ୟାଣ୍ଡ: ଆଜିର ଯୁବପିଢୀଙ୍କୁ ଭିଡ଼ିଓ ବନାଇବା ନିଶା ଘାରିଛି । ସେଥିଲାଗି ସେମାନେ ନିଜ ଜୀବନକୁ ବିପଦରେ ପକାଇ ଭିଡ଼ିଓ ବନାଉଛନ୍ତି । ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ ହୋଇଯିବେ । ଦୁଇଜଣ ପର୍ଯ୍ୟଟକ ନିଜ ଜୀବନକୁ ବାଜି ଲଗାଇ ବାଘ ପାଖକୁ ଯାଇ ଫଟୋ ଉଠାଇବା ସହ ଭିଡ଼ିଓ କରୁଥିବା ଦେଖିବାକୁ ମିଳିଛି । ଆଉ ବାଘଟି ହିଂସ୍ର ହୋଇଉଠିବାରୁ ଉଭୟ ଜୀବନ ବଞ୍ଚାଇ ଦୌଡ଼ିପଳାଇ ଆସିଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଥାଇଲ୍ୟାଣ୍ଡର ଏକ ଚିଡ଼ିଆଖାନାରେ ଏକ ବାଘ ବସିଛି । ଆଉ ସେ ଶିକୁଳିରେ ବନ୍ଧା ହୋଇଛି । ଏହି ସମୟରେ ଦୁଇ ଜଣ ପର୍ଯ୍ୟଟକ ବାଘ ପାଖକୁ ଯାଇ ଫଟୋ ପୋଜ ଦେଉଛନ୍ତି । ଅନ୍ୟ ଜଣେ ପର୍ଯ୍ୟଟକ ଏକ ବାଡ଼ି ସାହାଯ୍ୟରେ ମୁହଁ ଉପରକୁ କରିବାକୁ ବାଘକୁ ପିଟୁଛନ୍ତି । ବାଘଟି ରାଗି ଯାଇ ଜୋରରେ ଗର୍ଜନ କରିବାରୁ ବିଚରା ଦୁଇ ପର୍ଯ୍ୟଟକ ପଡ଼ି ଉଠି ଦୌଡ଼ିଛନ୍ତି । ଜୀବନ ବଞ୍ଚିଯାଇଥିବାରୁ ବାହାରକୁ ଆସି ମୁଣ୍ଡିଆ ମାରି ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି ।

Comments are closed.