Latest Odisha News

BREAKING NEWS

କର୍କଟ ରୋଗରେ ଆକ୍ରାନ୍ତ ମାଆ କାଟିଲେ ଚୁଟି: ଉତ୍ସାହିତ କରିବାକୁ ଯାଇ ପୁଅ ବି ହେଲେ ଲଣ୍ଡା

ବ୍ରାଜିଲ: ମଣିଷ କୌଣସି ରୋଗରେ ଆକ୍ରାନ୍ତ ହେଲେ ସେ ଏକା ଜୀବନ ସହିତ ସଂଘର୍ଷ କରେ ନାହିଁ । ବରଂ ପୁରା ପରିବାର ସଂଘର୍ଷ କରିଥାନ୍ତି । ପୁରା ପରିବାର ଅନୁଭବ କରନ୍ତି ଯନ୍ତ୍ରଣା କ’ଣ ? ସମସ୍ତେ ରୋଗୀଙ୍କ ପାଇଁ ଚିନ୍ତିତ ହୋଇଥାନ୍ତି । ଏଭଳି ପରିସ୍ଥିତିରେ ପରିବାର ସର୍ବଦା ରୋଗୀଙ୍କ ସାହସ ବଢାଇବାକୁ ଆଗେଇ ଆସନ୍ତି । ନିକଟରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ । ଜଣେ ଯୁବକ କର୍କଟ ରୋଗରେ ପୀଡ଼ିତ ମାଆର ସାହସ ବଢାଇବା ପାଇଁ ନିଜ ଚୁଟି କାଟି ଦେଇଛନ୍ତି ।

ବ୍ରାଜିଲରେ ରୁହନ୍ତି ଗାଇଡୋ ମାଗାଲହେସ୍ । ସେ ନିକଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି , ଯାହା ଦିନକୁ ଦିନ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, କର୍କଟ ରୋଗରେ ପୀଡ଼ିତ ତାଙ୍କ ମାଆ କ୍ଲାଉଡିଆ ପାର୍ଲରରେ ଲଣ୍ଡା ହେଉଛନ୍ତି । କର୍କଟ ରୋଗରେ ପୀଡ଼ିତମାନଙ୍କୁ କେମୋଥେରାପି ଦିଆଯାଏ, ଯେଉଁଥିପାଇଁ ରୋଗୀର କେଶ ଝଡ଼ି଼ିବା ଆରମ୍ଭ ହୁଏ । ଏପରି ପରିସ୍ଥିତିରେ ରୋଗୀମାନେ ସାଧାରଣତଃ ନିଜ କେଶକୁ ସଂପୂର୍ଣ୍ଣ କାଟିବାକୁ ପଡ଼ିଥାଏ । କ୍ଲାଉଡିଆ ମଧ୍ୟ ତାହା କରିଥିଲେ । ସେ କେଶ କାଟିବା ପାଇଁ ପୁଅର ପାଲରରେ ପହଞ୍ôଚଥିଲେ । ପୁଅ କାନ୍ଦି କାନ୍ଦି ମାଆର ଚୁଟିକୁ ଟ୍ରିମରରେ କାଟୁଥିବା ଦେଖିବାକୁ ମିଳିଛି । ପରେ ତାଙ୍କ ମାଆଙ୍କୁ ଉତ୍ସାହିତ କରିବା ପାଇଁ ପୁଅ ମଧ୍ୟ ତାଙ୍କ ମୁଣ୍ଡରେ ଟ୍ରିମର୍ ଚଳାଇ କେଶ କାଟି ଦେଲେ । ଯେତେବେଳେ ତାଙ୍କ ମା ତାଙ୍କୁ ଏପରି କରୁଥିବାର ଦେଖିଲେ, ସେ ଅଧିକ ଜୋରରେ କାନ୍ଦିବାକୁ ଲାଗିଲେ । ପୁଅକୁ ଏପରି କରିବାକୁ ମଧ୍ୟ ଅଟକାଇଲେ । ହେଲେ ସେ କିଛି ଶୁଣି ନ ଥିଲେ । ସେଠାରେ ଉପସ୍ଥିତ ଥିବା ପୁଅର ବନ୍ଧୁ ଏବଂ ସହକର୍ମୀମାନେ ମଧ୍ୟ ତାଙ୍କୁ ଏହି କାର୍ଯ୍ୟରେ ସମର୍ଥନ କରିଥିଲେ । ଶେଷରେ ମାଆ ପାଇଁ କେଶ ବଳି ଦେଇଥିଲେ ସେ ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ଲୋକ ଯୁବକଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଜଣେ କହିଛନ୍ତି ଯେ ଏହାଠାରୁ ତାଙ୍କ ମା ପାଇଁ ଅଧିକ ସମର୍ଥନ ଆଉ କିଛି ନାହିଁ ।

Leave A Reply

Your email address will not be published.