Latest Odisha News

BREAKING NEWS

କଳିଙ୍ଗରେ ଜୁନିଅର ହକି ବିଶ୍ୱକପ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ପୁରୁଷ ଜୁନିଅର ବିଶ୍ୱକପ୍ ହକି । ବିନା ଦର୍ଶକରେ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବେଲଜିୟମ୍ ଓ ଦକ୍ଷିଣ ଆଫ୍ରିକା । ଆଜି ୫ଟି ମ୍ୟାଚ୍ ଖେଳାଯିବ । କାନାଡ଼ା-ପୋଲାଣ୍ଡ, ମାଲେସିଆ-ଚିଲି, ଜର୍ମାନୀ-ପାକିସ୍ତାନ ଓ ଶେଷରେ ଭାରତ-ଫ୍ରାନ୍ସ ମୁହାଁମୁହିଁ ହେବେ ।

ଏଥର ଜୁନିଅର ବିଶ୍ୱକପ ହକିରେ ୧୬ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ମ୍ୟାଚ ଦେଖିବାକୁ ବଞ୍ଚିତ ହେବେ ଦର୍ଶକ । କରୋନା ଯୋଗୁ ବିନା ଦର୍ଶରେ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ କରାଯାଉଛି । ସମସ୍ତେ କୋଭିଡ୍ ଗାଇଡଲାଇନ୍ ମାନିବେ । ଖେଳାଳି ଓ ଆୟୋଜକ ସଦସ୍ୟ ସମସ୍ତଙ୍କର କୋଭିଡ୍ ଟେଷ୍ଟ କରାଯାଇଛି ।

ଏଥର ବିଶ୍ୱକପରେ ଭାରତ ପୁଲ୍ ବିରେ ଅଛି । ଏହି ପୁଲରେ ଅଛନ୍ତି କାନାଡ଼ା, ଫ୍ରାନ୍ସ ଓ ପୋଲାଣ୍ଡ । ଆଜି ଭାରତ ଫ୍ରାନ୍ସକୁ ଭେଟିବ । କାଲି କାନାଡ଼ା ଓ ୨୭ ତାରିଖରେ ପୋଲାଣ୍ଡ ସହ ଖେଳିବ ଟିମ୍ ଇଣ୍ଡିଆ । ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ କ୍ୱାର୍ଟର ଲଢ଼େଇ ।

Leave A Reply

Your email address will not be published.