Latest Odisha News

BREAKING NEWS

ଭୀମସାରରେ କରୋନା ସଂକ୍ରମଣ ବୃଦ୍ଧି ରୋକିବାକୁ କଣ୍ଟେନମେଣ୍ଟ ଘୋଷଣା

ସମ୍ବଲପୁର: ବୁର୍ଲା ଭୀମସାରରେ ୩୧ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଥିବା ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ ସରକାରୀ ଘର ଗୁଡ଼ିକୁ ମାଇକ୍ରୋ କଣ୍ଟେନମେଣ୍ଟ ଓ ବଫର ଜୋନ୍ଭାବେ ଘୋଷଣା କରାଯାଇଛି ।

ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରର ୬ନମ୍ବର ୱାର୍ଡ଼ରେ ଥିବା ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଟଭାବେ ଘୋଷଣା କରାଯାଇଛି । ସେହି ଅଞ୍ଚଳରେ ଥିବା ଅନ୍ୟ ୪ଟି ହଷ୍ଟେଲ ସମେତ ପାଖରେ ଥିବା ଷ୍ଟାଫମାନଙ୍କ କ୍ୱାର୍ଟରଗୁଡ଼ିକ ମଧ୍ୟ ବଫର ଜୋନ୍ ଘୋଷଣା କରାଯାଇଛି ।
ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଭୀମସାରରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ନିଷ୍ପତି ନିଆଯିବା ସହ ହଷ୍ଟେଲ ଥିବା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା ।

Leave A Reply

Your email address will not be published.