Latest Odisha News

BREAKING NEWS

ଫ୍ରେଂଚ ଓପନ: ମହିଳା ଫାଇନାଲ ହାରିବା ପରେ ଚୀନ ଖେଳାଳି କାହିଁକି କହିଲେ ପୁଅ ହୋଇଥିଲେ ଭଲ ହୋଇଥାନ୍ତା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରଥମ ଥର ଫାଇନାଲ ଖେଳୁଥିବା ୧୯ ବର୍ଷୀୟା ଚୀନର ଝେଙ୍ଗ କିନୱେନ ବିଶ୍ୱର ଏକ ନମ୍ବର ଖେଳାଳି ଇଗା ସ୍ୱିଟେକାଙ୍କ ନିକଟରୁ ହାରିଯାଇଛନ୍ତି । ତେବେ ଏହି ପରାଜୟ ପରେ ସେ ଭାଙ୍ଗି ପଡି ନିରାଶ ସହକାରେ କହିଛନ୍ତି ମୁଁ ପୁଅ ହୋଇଥିଲେ ଭଲ ହୋଇଥାନ୍ତା । ଏହା କହିବା ପଛରେ କାରଣ ହେଲା ପ୍ରଥମ ସେଟ ଜିତିବା ପରେ ଝେଙ୍ଗଙ୍କ ପିରିୟଡ ଆରମ୍ଭ ହୋଇ ଯାଇଥିଲା । ଯାହା ଫଳରେ ସେ ସ୍ୱାଭାବିକ ଖେଳ ପ୍ରଦର୍ଶନ କରିପାରି ନ ଥିଲେ ଏବଂ ଏହାର ଫାଇଦା ଇଗା ନେଇଥିଲେ । ମୁଁ ପ୍ରକୃତି ବିରୋଧରେ ଯାଇପାରିବି ନାହିଁ, ସର୍ବଦା ପ୍ରଥମ ଦିବସରେ ଏ ନେଇ ମୁଁ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥାଏ ବୋଲି ସେ କହିଛନ୍ତିି ।

ଝେଙ୍ଗ ଆଘାତ ସମସ୍ୟା ନେଇ ଯେତେ ଚିନ୍ତାରେ ନ ଥିଲେ ତାଠାରୁ ଅଧିକ ଏ ନେଇ ଥିଲେ । ଇଗା ମଧ୍ୟ ଝେଙ୍ଗଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି । ସେ ଚମତ୍କାର ଖେଳୁଥିଲେ ଏବଂ ତାଙ୍କ ଶଟ ମୋତେ ଚକିତ କରୁଥିବା ବୋଲି ସେ କହିଛନ୍ତି । ଇଗା ୬-୭, ୬-୦ ଓ ୬-୨ ସେଟରେ ଚୀନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଥିଲେ ।

Comments are closed.