Latest Odisha News

BREAKING NEWS

ଛଅ ଛୁଆଙ୍କୁ କୂଅରେ ପକେଇ ହତ୍ୟା କଲା ମାଆ

ଭୁବନେଶ୍ୱର: ଛଅଟି ପିଲାଙ୍କୁ କୂଅରେ ପକେଇ ମାରି ଦେଲା ମାଆ । ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାରେ ଜଣେ ମହିଳା ଘରୋଇ କଳିରୁ ଉତକ୍ଷିପ୍ତ ହୋଇ ନିଜର ଛୁଆ ମାନଙ୍କୁ ହତ୍ୟା କରିଛନ୍ତି । ଜିଲ୍ଲାର ମହାଦ ଗ୍ରାମରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଛି ।

ମହିଳା ହେଉଛନ୍ତି – ଚିଖୁରି ସାହନୀ, ବୟସ – ୩୦। ମଦ୍ୟପ ସ୍ୱାମୀ ସହ ଝଗଡ଼ା ପରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ମହିଳା । ନିଜର ସବୁ ଛୁଆଙ୍କୁ ଧରି ଘର ବାରି ପଟକୁ ଚାଲିଯାଇଥିଲେ ।

୫ଟି ଝିଅ ଓ ଗୋଟିଏ ପୁତ୍ର ସନ୍ତାନକୁ କୂଅରେ ପକେଇ ଦେଇଥିଲେ ମାଆ । ତା ପରେ ନିଜେ କୂଅକୁ ଡେଇଁବା ସମୟରେ ଗାଁ ଲୋକେ ଦେଖି ତାଙ୍କୁ ବଞ୍ଚେଇଥିଲେ । ହେଲେ ଛୁଆ ମାନଙ୍କୁ କାଢ଼ିବା ଆଗରୁ ସମସ୍ତେ ପ୍ରାଣ ହରାଇସାରିଥିଲେ । ସମସ୍ତ ଛୁଆ ୧୮ ମାସରୁ ୧୦ ବର୍ଷ ବୟସ ଭିତରେ ଥିଲେ ।

ମହିଳା ଚିଖୁରୀ ସାହନୀଙ୍କୁ ଆତ୍ମହତ୍ୟା କରିବା ଆଗରୁ ବଞ୍ଚେଇବା ପରେ ଗାଁ ଲୋକ ପୋଲିସ ଜିମା ଦେଇଥିଲେ । ମହିଳାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.