ମେ’ ୨୮, ମେନଷ୍ଟ୍ରୁଆଲ ହାଇଜିନ ଡେ’ ଭାବେ ପାଳନ କରାଯାଏ । ଏହି ଅବସରରେ ଋତୁସ୍ରାବ ସମୟରେ ମହିଳା ସ୍ୱାସ୍ଥ୍ୟ ସୁରକ୍ଷା ଓ ସେମାନେ କିପରି ସାମାନ୍ୟ ଆଶ୍ୱସ୍ତି ପାଇବେ ଏହି ପ୍ରସଙ୍ଗ ଉଠାଇଛନ୍ତି ସମ୍ବଲପୁର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ । ପେଡ ପିରିୟଡ ଲିଭ୍ ଦାବି କରିଛନ୍ତି ରଞ୍ଜିତା । ଋତୁସ୍ରାବ ସମୟରେ କର୍ମଜୀବୀ ମହିଳାଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବା ପାଇଁ ପେଡ ପିରିୟଡ ଲିଭ ଦେବାକୁ ଦାବି କରିଛନ୍ତି ।
ପେଡ ପିରିୟଡ ଲିଭ ଦାବି କରି କେନ୍ଦ୍ରଶ୍ରମମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଅନଲାଇନରେ ଅନୁରୋଧ କରିଛନ୍ତି ରଞ୍ଜିତା । ସମସ୍ତ ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ଦେବାକୁ ଏଥିରେ ଉଲ୍ଲେଖ କରାଯାଇଛି । ଏହାସହ ସେ ଏକ ହସ୍ତାକ୍ଷର ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି । ଦେଶରେ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବା ସହ ତାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦିଆଯାଉଛି । ଋତୁସ୍ରାବ ସମୟରେ ମହିଳାମାନେ କିପରି ସମୟ କାଟିବେ ତାକୁ ନେଇ ସଚେତନତା କରାଯାଉଛି ।
Comments are closed.