Latest Odisha News

BREAKING NEWS

ଅଷ୍ଟ୍ରେଲିଆରେ ମାନସିକ ରୋଗୀଙ୍କ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଭାରତର ଗାଈ

କୁଇନ୍ସଲାଣ୍ଡ: ଅଷ୍ଟ୍ରେଲିଆରେ ମାନସିକ ରୋଗୀଙ୍କ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଭାରତର ଗାଈ ଏବଂ କାଓ ଥେରାପୀ । ନର୍ଥ କୁଇନ୍ସଲାଣ୍ଡରେ କାଓ କଡଲିଙ୍ଗ କେନ୍ଦ୍ରର ସ୍ଥାପନା କରାଯାଇଛି । ଏଠାରେ ମାନସିକ ରୋଗୀ ଆସି ଗାଈଙ୍କ ସହ ସମୟ କାଟୁଛନ୍ତି । ଆଉଁସିବା, କୁଣ୍ଢେଇବା ଦ୍ୱାରା ସେମାନଙ୍କ ରୋଗ ଭଲ ହେଉଛି । ଏଥିପାଇଁ ଭାରତର ଗାଈଙ୍କୁ ଏଠାରେ ରଖାଯାଉଛି । ଏହାର କାରଣ ହେଲ ଏମାନେ ଶାନ୍ତ ଓ ସ୍ନେହୀ । ପ୍ରଥମେ ଏହି ଥେରାପୀକୁ ଅନେକ ହସରେ ଉଡେଇ ଦେଉଥିଲେ ମାତ୍ର ଏବଂ ଏହି କେନ୍ଦ୍ରର ସଂଖ୍ୟା ବଢ଼ିବାରେ ଲାଗିଛି । ମାନସିକ ଅବସାଦଗ୍ରସ୍ତଙ୍କୁ ମଧ୍ୟ ଏହା ସହାୟ ହେଉଛି ।

ସେମାନେ ଅର୍ଥ ଦେଇ ଗାଈଙ୍କ ସହ ସମୟ କାଟୁଛନ୍ତି । ୩୪ ବର୍ଷୀୟ ଲରେନ୍ସ ଫକ୍ସ କ୍ରେପ୍ଟୋ କରେନ୍ସି ମାଧ୍ୟମରେ ଗାଈମାନଙ୍କୁ କିଣିଥିଲେ । ତେବେ ସେ ଏହା ମାଧ୍ୟମରେ କେତେ ଅର୍ଥ ରୋଜଗାର କରୁଛନ୍ତି ସେ ସମ୍ପର୍କରେ କହି ନ ଥିଲେ । ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସେ ବେଶ ମୋଟା ଅଙ୍କ ପାଉଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.