Latest Odisha News

BREAKING NEWS

ଜୋକ ସାମ୍ବାଦିକ (?)

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 
ଆପଣ ଓଡ଼ିଶାର ଯେକୌଣସି ବି ଅଳରେ ଥାଆନ୍ତୁ ନା କାହିଁକି, ଯଦି ଆପଣ ଜଣେ ପଦସ୍ଥ ସରକାରୀ କର୍ମଚାରୀ କିମ୍ବା କୌଣସି ଘରୋଇ ଅନୁଷ୍ଠାନର ଅଧିକାରୀ ବା କାର୍ଯ୍ୟ କରୁଛନ୍ତି, ତେବେ ସେହି ଅଳରେ ଥିବା କୌଣସି ଛଦ୍ମ ସାମ୍ବାଦିକ ଆପଣଙ୍କୁ ବିଜ୍ଞାପନ, କିମ୍ବା ଶୁଭେଚ୍ଛା ବାରମ୍ବାର ମାଗି ହଇରାଣ କରୁଥିବାର ଅଭିଜ୍ଞତା ଥିବ । ଏହା ବର୍ତ୍ତମାନ କିଛି ଲୋକଙ୍କର ବେଉସା ହୋଇଗଲାଣି । ଯଦିଓ ସେମାନେ ନିଜକୁ ସାମ୍ବାଦିକ କହୁଛନ୍ତି, କିନ୍ତୁ ସେମାନେ ପ୍ରକୃତରେ ଜଣେ ଜଣେ ରକ୍ତ ଶୋଷୁଥିବା ଜୋକ । ନିଜ ୱେବ୍ ଚ୍ୟାନେଲ୍‌, କିମ୍ବା ଫେସ୍‌ବୁକ୍‌ ପେଜ୍ କିମ୍ବା ୟୁ ଟ୍ୟୁବ୍ ଚ୍ୟାନେଲ୍‌କୁ ଆୟୁଧ କରି ସେମାନେ ଲୋକମାନଙ୍କର ରକ୍ତ ଶୋଷନ୍ତି ।

ସେମାନେ ପ୍ରଥମେ ପ୍ରଥମେ ନିଜକୁ ଲୋକମାନଙ୍କ ପାଇଁ କାମ କରୁଥିବା ପରି ଦେଖାନ୍ତି ସତ କିନ୍ତୁ ଚାନ୍ଦା ପାଇଗଲା ପରେ ଚୁପ୍ ହୋଇଯାଆନ୍ତି । ଆଉ ଯଦି ଚାନ୍ଦା ନପାଆନ୍ତି, ତେବେ ସେମାନେ ଆପଣଙ୍କୁ ବ୍ଲାକ୍ ମେଲିଙ୍ଗ୍ କରି ବାରମ୍ବାର ହଇରାଣ କରୁଥିବା । ଗଣମାଧ୍ୟମକୁ ଗଣତବର ଚତୁର୍ଥ ସ୍ତମ୍ଭ ଭାବେ ଅଭିହିତ କରାଯାଏ । ଗଣମାଧ୍ୟମ ଜନତାଙ୍କ ସ୍ୱରକୁ ପ୍ରତିଫଳିତ କରେଇ ତଥା ଜାଗ୍ରତ ପ୍ରହରୀର ଭୂମିକା ନିର୍ବାହ କରି ବାଟ ହୁଡ଼ି ଯାଉଥିବା ଗଣତବକୁ ଠିକ୍ ବାଟକୁ ଆଣିବାରେ ସାହାଯ୍ୟ କରିଥାଏ । ତେଣୁ ସ୍ଖଳିତ ଗଣମାଧ୍ୟମ ଯେକୌଣସି ବ୍ୟବସ୍ଥା ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । ଅନ୍ୟପକ୍ଷରେ ଗଣମାଧ୍ୟମକୁ ଜୀବିତ ଓ ଚଳ ରଖିବାରେ ଯେଉଁମାନେ ମୂଖ୍ୟ ଭୂମିକା ନିର୍ବାହ କରିଥାନ୍ତି ସେମାନେ ହେଉଛନ୍ତି ସାମ୍ବାଦିକ । ଆଜିର ସମୟରେ ଯେତେବେଳେ ଧିରେ ଧିରେ ଗଣ ଗଣମାନଙ୍କଠାରୁ ଦୂରକୁ ଚାଲିଯାଉଛି ସେତେବେଳେ ସାମ୍ବାଦିକମାନଙ୍କ ଦାୟିତ୍ୱ ଆହୁରି ଅଧିକ ବଢ଼ିଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ବର୍ତ୍ତମାନ ସମୟରେ ଯେପରି ଭାବେ ଗଣତବ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଠିକ୍ ସେହିପରି ଭାବେ ସାମ୍ବାଦିକମାନେ ମଧ୍ୟ କ୍ଷମତାଧାରୀ ନେତାଙ୍କ ଚାପଲୁସି କରିବା, ଲୋକଙ୍କ ପ୍ରସଙ୍ଗକୁ ଏଡ଼ାଇ ଯିବା ଓ ଚାନ୍ଦା ଆଦାୟକାରୀ ଜୀବରେ ପରିଣତ ହେବାରେ ଲାଗିଛନ୍ତି । ଅଳ୍ପ କେତେ ଜଣ ସାମ୍ବାଦିକ ଏବେ ବି ଏଥିରୁ ବ୍ୟତିକ୍ରମ ଅଛନ୍ତି ଓ ନିୟମିତ ଭାବେ ଲୋକଙ୍କ ପ୍ରସଙ୍ଗକୁ ସାମ୍‌ନାକୁ ଆଣିବାର ପ୍ରୟାସରେ ଲାଗିରହି ଗଣତବକୁ ପୁନର୍ଜ୍ଜୀବନ ପ୍ରଦାନ କାମରେ ଲାଗିଛନ୍ତି ।

ଆଜିର ସାମାଜିକ ଗଣମାଧ୍ୟମର ଯୁଗରେ ଗଣମାଧ୍ୟମର ଚରିତ୍ର ଦ୍ରୁତ ଗତିରେ ପରିବର୍ତନ ହେବାରେ ଲାଗିଛି । ପୂର୍ବରୁ ଆମ ରାଜ୍ୟରେ ସ୍ୱଳ୍ପ ସଂଖ୍ୟକ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମ ଉପସ୍ଥିତ ଥିଲେ । ସଂପ୍ରତି ସାମାଜିକ ଗଣମାଧ୍ୟମ ଲୋକପ୍ର୍ରିୟ ହେବା ପରେ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମ ସହିତ ଅନେକ ୱେବ୍ ଚ୍ୟାନେଲ୍‌, ପୋର୍ଟାଲ୍‌, ଫେସ୍‌ବୁକ୍ ପେଜ୍‌, ୟୁ ଟ୍ୟୁବ୍ ଚ୍ୟାନେଲ୍ ପରି ଗଣମାଧ୍ୟମମାନେ ଆତ୍ମପ୍ରକାଶ କଲେଣି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଏତେ ସବୁ ପ୍ରକାର
ଗଣମାଧ୍ୟମ ଅସ୍ତିତ୍ୱକୁ ଆସିବା ପରେ ମଧ୍ୟ ଆଜି ବି ସାଧାରଣ ଲୋକଙ୍କ ସ୍ୱର ଖୁବ୍ କମ୍‌ ଶୁଣାଯାଉଛି । ଦେଖାଯାଉଛି ଯେ, ଯେତେ ପ୍ରକାର ବି ଗଣମାଧ୍ୟମ ଆତ୍ମପ୍ରକାଶ କରୁଛନ୍ତି, ସେମାନେ ଗଣତବରେ ନିଜ ଭୂମିକାକୁ ନିର୍ବାହ କରିବା ତଥା ନିର୍ଯ୍ୟାତିତ ନିଷ୍ପେସିତ ମଣିଷର ସ୍ୱର ହେବା ଅପେକ୍ଷା ନିଜ ଟି.ଆର୍‌.ପି. ଓ ବ୍ୟବସାୟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଏପରିକି ସେଥିପାଇଁ ଦରକାର ପଡ଼ିଲେ ସେମାନେ ନିଜ ସାମାଜିକ ଦାୟିତ୍ୱବୋଧକୁ ବି ଜଳାଞ୍ଜଳି ଦେବାକୁ ପଛାଉ ନାହାନ୍ତି । ଏଥିରେ ସବୁଠାରୁ ଆଗରେ ଅଛନ୍ତି ଛତୁ ଫୁଟିଲା ପରି ଉଭା ହୋଇଥିବା ୱେବ୍ ଚ୍ୟାନେଲ୍‌, ପୋର୍ଟାଲ, ଫେସ୍‌ବୁକ୍ ପେଜ୍ ଓ ଅନ୍ୟାନ୍ୟ ସୋସିଆଲ୍ ମେଡ଼ିଆରେ ଥିବା
ସଂସ୍ଥାମାନେ । ଏଥିରୁ ଅନେକ ସଂସ୍ଥା ସରକାରୀ ଭାବେ ପଞ୍ଜୀକୃତ ମଧ୍ୟ ନୁହଁନ୍ତି । ବର୍ତ୍ତମାନ ସମୟରେ ବାରମ୍ବାର ଦେଖାଯାଉଛି ଯେ, ଏପରି ୱେବ୍ ଚ୍ୟାନେଲ୍ ଓ ଫେସ୍‌ବୁକ୍ ପେଜ୍ ଆଦି କରିଥିବା ସଂସ୍ଥାମାନେ ନିଜର କର୍ତବ୍ୟ ଅପେକ୍ଷା କେବଳ ଭିନ୍ନ ଭିନ୍ନ ସରକାରୀ ଅଧିକାରୀ, ଘରୋଇ ଅନୁଷ୍ଠାନ, ବ୍ୟବସାୟୀ, ନେତା ଆଦିଙ୍କୁ ବ୍ଲାକ୍‌ମେଲ୍ କରି ନିଜ ରୋଜଗାର ବଢ଼େଇବା କାମରେ ଲାଗିଛନ୍ତି । ଆମ ରାଜ୍ୟରେ ଏପରି ଅନେକ ସଂସ୍ଥାଙ୍କ ଅସଲ ସ୍ୱରୁପ ଏବେ ଲୋକଲୋଚନକୁ ଆସିଲାଣି । ଏହିପରି ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ଥିବା ସାମ୍ବାଦିକ(?)ମାନେ ଓ ସଂସ୍ଥାର ମାଲିକମାନେ ହାତରେ ଗୋଟିଏ ଗୋଟିଏ ବୁମ୍ ଧରି ଧରାକୁ ସରା ପରି ମନେ କରୁଛନ୍ତି ।

ପ୍ରଥମେ ତ ଏମାନଙ୍କର ସାମ୍ବାଦିକତାର ତାଲିମ୍ ନାହିଁ ଓ ସାମ୍ବାଦିକତାର ସାଧାରଣ ଜ୍ଞାନ ମଧ୍ୟ ନାହିଁ । କେବଳ ନିଜର ପତିଆରା ଜାହିର୍ କରିବା ପାଇଁ ଏମାନେ ଜାଣି ଜାଣି ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନମାନଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ଅମୂଳକ ଅଭିଯୋଗ ଆଣିଥାନ୍ତି । ସେତିକିରେ ଯଦି ଉପରୋକ୍ତ ବ୍ୟକ୍ତି ବିଶେଷ କିମ୍ବା ଅନୁଷ୍ଠାନ ଡରିଗଲେ ତେବେ ସେମାନେ ତାଙ୍କ ଠାରୁ ମୋଟା ଆକାରର ଚାନ୍ଦା ଗ୍ରହଣ କରି ନିଜ ପେଟକୁ ଭରିଥାନ୍ତି । ଯଦି କେହି ନଡ଼ରିଲେ ତେବେ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥାନ୍ତି ଓ ସେମାନଙ୍କ ବିଷୟରେ ବାରମ୍ବାର ନିଜ ପେଜ୍‌, ୱେବ୍‌ ଚ୍ୟାନେଲ୍ ଓ ପୋର୍ଟାଲ୍‌ରେ ବାରମ୍ବାର ଖବର ପ୍ରକାଶ କରି ତାଙ୍କ ଉପରେ ଚାପ ପକେଇଥାନ୍ତି । ଏହା କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ଅନେକ ଉପାନ୍ତ ଅଳରେ ମଧ୍ୟ ଏପରି ହେଉଥିବାର ଦେଖାଯାଉଛି । ପ୍ରକୃତରେ ଏପରି କରୁଥିବା ବ୍ୟକ୍ତି ବିଶେଷମାନେ ଜମାରୁ ବି ସାମ୍ବାଦିକ ନୁହଁନ୍ତି । ସେମାନେ କେବଳ ଜଣେ ଜଣେ ଅସାମାଜିକ ଚାନ୍ଦା ଆଦାୟକାରୀ ବ୍ୟକ୍ତି । ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ନିଜ ସମ୍ବାଦ ସଂସ୍ଥାକୁ ବ୍ୟବହାର କରି ଲୋକମାନଙ୍କୁ ବ୍ଲାକ୍‌ମେଲ କରିବା ଓ ତା’ର ଆଢ଼ୁଆଳରେ ରୋଜଗାର କରିବା । ଆଜିକାଲି ଦେଖାଯାଉଛି ଯେ, ଏପରି ସମ୍ବାଦ ଭିତ୍ତିକ  ସଂସ୍ଥାମାନେ ସରକାରୀ ଅଧିକାରୀ ଓ ଘରୋଇ ଅନୁଷ୍ଠାନମାନଙ୍କୁ ସମୟ ଅସମୟରେ ବାରମ୍ବାର ବିଜ୍ଞାପନ ଦେବା ପାଇଁ ଦାବୀ କରୁଛନ୍ତି । ଯଦି କିଛି ବି ନାହିଁ ତେବେ ଶୁଭେଚ୍ଛା ବାର୍ତା ଦେବାକୁ କହି ଚାନ୍ଦା ଦାବି କରୁଛନ୍ତି । ଯଦି ଆପଣ ସେମାନଙ୍କୁ କିଛି ବି ଦେବେ ନାହିଁ, ତେବେ ସେମାନଙ୍କର
ପରବର୍ତ୍ତୀ ଟାର୍ଗେଟ୍ ଆପଣ ହେବାଟା ନିଶ୍ଚିତ । ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ ଯେ, ନିଜକୁ ସାମ୍ବାଦିକ ବୋଲି ଦାବୀ କରୁଥିବା ସେହି ରକ୍ତଶୋଷା ଜୋକମାନଙ୍କୁ ନିର୍ଭୂଲ୍ ଭାବେ ଚାରି ଧାଡ଼ି ଓଡ଼ିଆ ବାକ୍ୟ ବି ଠିକ୍‌ରେ ଲେଖି ଆସୁନି । ଯେକୌଣସି ୱେବ୍ ଚ୍ୟାନେଲ୍‌ର ରିପୋର୍ଟିଙ୍ଗ୍‌, ପୋର୍ଟାଲ୍‌ର ଲେଖା, କିମ୍ବା ଫେସ୍‌ବୁକ୍ ପେଜ୍ ଓ ୟୁଟ୍ୟୁବ୍ ଚ୍ୟାନେଲ୍‌ର ସମ୍ବାଦକୁ ଦେଖିଲେ ଏହାର ସତ୍ୟାସତ୍ୟ ଠିକ୍‌ରେ ବୁଝି ହେବ । ଏହା ସତ୍ୟ ଯେ, କିଛି ସାମ୍ବାଦିକ ଅତ୍ୟନ୍ତ ଦାୟିତ୍ୱର ସହିତ କାର୍ଯ୍ୟ କରୁଛନ୍ତି ।

ସାମ୍ବାଦିକତା ଏକ ପବିତ୍ର ଓ ଦାୟିତ୍ୱବାନ ବୃତି । ଏଥିପାଇଁ ପ୍ରଚୁର ନିଷ୍ଠା, ସଂକଳ୍ପବଦ୍ଧତା ଓ ସାହସ ଆବଶ୍ୟକ । କିଛି ଚତୁର ଅସାମାଜିକ ବ୍ୟକ୍ତି ବିଶେଷ ନିଜର ଲାଭ ଓ ଲୋଭକୁ ଚରିତାର୍ଥ କରିବା ପାଇଁ ଏହି ବୃତିକୁ ଆପଣେଇ ସମଗ୍ର ସାମ୍ବାଦିକ ବର୍ଗଙ୍କୁ ଅପମାନିତ କରୁଛନ୍ତି । ପ୍ରକୃତ ଅର୍ଥରେ କହିଲେ ସେମାନେ ସମାଜରେ ଜଣେ ଜଣେ ଖଳ ଚରିତ୍ର । ସେମାନଙ୍କ କବଳରୁ ସାମ୍ବାଦିକତା ଓ ସାଧାରଣ ଜନତାଙ୍କୁ ବେଇବାର ଅଛି । ନଚେତ୍ ସମୟ ଆସିବ ଲୋକମାନେ ସବୁ ସାମ୍ବାଦିକଙ୍କୁ ସେହି
ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରିବେ । ଏହିପରି ଛଦ୍ମ ସାମ୍ବାଦିକମାନଙ୍କୁ ତଥା ସେମାନଙ୍କର ଚ୍ୟାନେଲ୍‌, ପୋର୍ଟାଲ୍ ଓ ପେଜ୍ ବିରୁଦ୍ଧରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.