Latest Odisha News

BREAKING NEWS

୧୯୮୦ ମସିହାର ମେନ୍ୟୁ କାର୍ଡ, ଦର ଦେଖି ସମସ୍ତେ ବେଶ୍ ଆଶ୍ଚର୍ଯ୍ୟ

ଆଜିକାଲି ସମୟରେ ସବୁ ଜିନିଷ ଖୁବ ମହଙ୍ଗା। ଆଗରୁ ସବୁ ଜିନିଷ ଶସ୍ତାରେ ମିଳୁଥିଲା ବେଳେ ଏବେ ସବୁର ଦର ଆକାଶ ଛୁଆଁ। ତେବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ମେନ୍ୟୁ କାର୍ଡ, ଏହାକୁ ଦେଖି ଅପାଣ ଜାଣିପାରିବେ ଯେ ୧୯୮୦ ମସିହାରେ ମିଠା, ନମ୍‌କିନ୍‌ର ଦର କେତେ କମ ଥିଲା। ଏହି ମେନ୍ୟୁ କାର୍ଡ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସମସ୍ତେ ଏକଦମ ଚକିତ ହୋଇ ପଡ଼ିଛନ୍ତି।

ଏବେ ଗୋଟାଏ ସିଙ୍ଗଡ଼ାର ଦର ୧୦ ରୁ ୧୫ ଟଙ୍କା ଥିବା ବେଳେ ସେ ସମୟ‌ରେ ତାହା କେବଳ ୫୦ ପଇସାରେ ମିଳୁଥିଲା। କେବଳ ସିଙ୍ଗଡ଼ା ନୁହେଁ ଆହୁରି ଅନେକ ଜିନିଷ ସେ ସମୟରେ ଶସ୍ତାରେ ମିଳୁଥିଲା। ମେନ୍ୟୁରେ ଆପଣ ଦେଖି ପାରୁଥିବେ ଯେ ‘ମୋତିଚୁର୍‌ ଲଡୁ’ କିଲୋ ପିଛା ୧୦ ଟଙ୍କା ହୋଇଥିବା ବେଳେ କଳା ଜାମୁନ୍‌ ୧୪ ଟଙ୍କା ଥିଲା। ପୂର୍ବରୁ ୧ ଟଙ୍କାରେ ମିଳୁଥିବା ଗୋଟାଏ ରସମଲେଇର ଦର ଆଜି କିଲୋ ପିଛା ୪୦ ଟଙ୍କାରେ ପହଞ୍ଚିଛି।

ଏହି ମେନ୍ୟୁ କାର୍ଡକୁ ଦେଖିବା ପରେ ସୋସିଆଲ୍‌ ମିଡିଆ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ ୧୯୮୦ ମସିହାରେ ତାଙ୍କ ଦରମା ୧ ହଜାର ଟଙ୍କା ଥିଲା। ଆଜି ଦରମା ବୃଦ୍ଧି ପାଇଁ ୧ ଲକ୍ଷ ପାଖାପାଖି ହୋଇସାରିଛି।

Leave A Reply

Your email address will not be published.