ଭୁବନେଶ୍ୱର: ବର୍ଷା ଛାଡ଼ିବା ପରେ ରାଜ୍ୟରେ ଶୀତ ବଢ଼ିଛି । ୬ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ତଳକୁ ଖସିଛି । କ୍ରମାଗତ ଚତୁର୍ଥ ଦିନରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୨°C ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଦାରିଙ୍ଗବାଡି ୯.୫°C, ଫୁଲବାଣୀ ୯.୮°C, କୋରାପୁଟ ୧୦.୬°C, ଅନୁଗୁଳ ୧୦.୮°C, ଭବାନୀପାଟଣା ୧୧.୦°C ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ୱରରେ କମୁଛି ରାତିରେ ତାତି । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୧୭.୪°C ଓ କଟକରେ ୧୬.୪°C ତାପମାତ୍ରା ରେକର୍ଡ କରିଛି ପାଣିପାଗ କେନ୍ଦ୍ର । ଆଗକୁ ରାଜ୍ୟରେ ବଢିଛି ଶୀତ ଲହରି ।
୧୨°C ତାପମାତ୍ରା ତଳେ ଓଡ଼ିଶାର #୬ସହର | ୯.୨°C ସହ #ସୋନପୁର ଆଜି ବି ଓଡ଼ିଶାର #ଥଣ୍ଡା #ସହର |
1-#ସୋନପୁର ୯.୨°C, 2-#ଦାରିଙ୍ଗବାଡି ୯.୫°C, 3-#ଫୁଲବାଣୀ ୯.୮°C, 4-#କୋରାପୁଟ ୧୦.୬°C, 5-#ଅନୁଗୁଳ ୧୦.୮°C, 6-#ଭବାନୀପାଟଣା ୧୧.୦°C |
ରାଜଧାନୀ #ଭୁବନେଶ୍ୱର ରେ ଆଜି ୧୭.୪°C ଏବଂ କଟକ ରେ ୧୬.୪°C ତାପମାତ୍ରା ରେକର୍ଡ pic.twitter.com/wlbJLzenjm
— Meteorological Centre, Bhubaneswar (@mcbbsr) November 10, 2020
Comments are closed.