ଭୁବନେଶ୍ୱର: ଓଡ଼ିଶାର ଥରାଇଲାଣି ଜାଡ଼ । ଅଧା ଓଡ଼ିଶାରେ ଶୀତ ଲହରି ଅନୁଭୂତ ହେଲାଣି । ଆଜି ରାଜ୍ୟର ୧୫ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।
ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ କମୁଛି ଖସୁଛି ପାରଦ । ଦାରିଙ୍ଗିବାଡ଼ିରେ ୯ଡିଗ୍ରୀ, ଫୁଲବାଣୀ ୯.୮, ଅନୁଗୁଳ ୧୦, ବାରିପଦା ଓ ଭବାନୀପାଟଣାରେ ରେକର୍ଡ କରାଯାଇଛି ୧୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ।
କୋରାପୁଟ ୧୨.୪, କେନ୍ଦୁଝର ୧୨.୪, ଝାରସୁଗୁଡା ୧୩.୨ ଏବଂ ସୁନ୍ଦରଗଡ, ତାଳଚେର, ବୌଦ୍ଧ ଓ ବଲାଙ୍ଗିରରେ ରାତିର ତାତି ଥିଲା ୧୪ ଡିଗ୍ରୀ ସେଲସିୟସ୍ । ସେହିପରି କଟକ ୧୪.୫, ଚାନ୍ଦବାଲିଠାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୪.୮ ଡିଗ୍ରୀ ସେଲସିୟସ । ଭୁବନେଶ୍ୱରରେ ରେକର୍ଡ ହୋଇଛି ୧୫.୪ ଡ଼ିଗ୍ରୀ । ପାଣିପାଗ ବିଭାଗ କହିଛି. ରାଜ୍ୟରେ ଆହୁରି ୪-୫ଦିନ ଶୀତ ଲହରି ଜାରି ରହିବ ।
#ସୋନପୁର ୮.୮ ଡ଼ିଗ୍ରୀ, #ଦାରିଙ୍ଗବାଡି ୯, #ଫୁଲବାଣୀ ୯.୮, #ଅନୁଗୁଳ ୧୦, #ବାରିପଦା ୧୨, #ଭବାନୀପାଟଣା ୧୨,#କୋରାପୁଟ ୧୨.୪, #କେନ୍ଦୁଝର ୧୨.୪, #ଝାରସୁଗୁଡା ୧୩.୨, #ସୁନ୍ଦରଗଡ ୧୪, #ତାଳଚେର ୧୪, #ବୌଦ୍ଧ ୧୪, #ବଲାଙ୍ଗୀର ୧୪ , #କଟକ ୧୪.୫ ଏବଂ #ଚାନ୍ଦବାଲି ଠାରେ ୧୪.୮ #ଭୁବନେଶ୍ୱର ଠାରେ ୧୫.୪ଡ଼ିଗ୍ରୀ pic.twitter.com/VQo0K7andc
— Meteorological Centre, Bhubaneswar (@mcbbsr) December 1, 2020
Comments are closed.