Latest Odisha News

ବିଶ୍ୱ କରୋନା; ଗତ ୨୪ ଘଣ୍ଟାରେ ୪.୯୬ ଲକ୍ଷ ନୂଆ କରୋନା ମାମଲା ଚିହ୍ନଟ

ନୂଆଦିଲ୍ଲୀ: କରୋନାଭାଇରସ୍ ସମଗ୍ର ବିଶ୍ୱରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୬.୩୧ କୋଟି ଲୋକ କରୋନା ସଂକ୍ରମଣରେ ପ୍ରଭାବିତ ହୋଇଛନ୍ତି। ଏହି ମାରାତ୍ମକ ମହାମାରୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୪ ଲକ୍ଷ ୬୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଦୁନିଆରେ କରୋନା ସଂକ୍ରମଣର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥି ସହିତ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦୁନିଆରେ ପ୍ରତିଦିନ ୫ ଲକ୍ଷରୁ ଅଧିକ କରୋନା ମାମଲା ବାହାରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୪.୯୬ ଲକ୍ଷ ନୂଆ ମାମଲା ବାହାରିଥିବାବେଳେ ୭,୨୧୮ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।

ଆମେରିକୀୟ ମହାଦେଶ ହେଉଛି କୋଭିଡ ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ। କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଏଥି ସହିତ ବ୍ରାଜିଲ ହେଉଛି କରୋନା ଦ୍ୱାରା ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ।

Leave A Reply

Your email address will not be published.