Latest Odisha News

BREAKING NEWS

ଅଧା ଓଡ଼ିଶାରେ ଶୀତ ଲହରି: ସୋନପୁରରେ ୯ ଡିଗ୍ରୀ ତଳକୁ ଖସିଲା ପାରଦ, ଆହରୁ ୪-୫ଦିନ ଶୀତ

ଭୁବନେଶ୍ୱର: ଓଡ଼ିଶାର ଥରାଇଲାଣି ଜାଡ଼ । ଅଧା ଓଡ଼ିଶାରେ ଶୀତ ଲହରି ଅନୁଭୂତ ହେଲାଣି । ଆଜି ରାଜ୍ୟର ୧୫ଟି ସହରରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ କମୁଛି ଖସୁଛି ପାରଦ । ଦାରିଙ୍ଗିବାଡ଼ିରେ ୯ଡିଗ୍ରୀ, ଫୁଲବାଣୀ ୯.୮, ଅନୁଗୁଳ ୧୦, ବାରିପଦା ଓ ଭବାନୀପାଟଣାରେ ରେକର୍ଡ କରାଯାଇଛି ୧୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ।

କୋରାପୁଟ ୧୨.୪, କେନ୍ଦୁଝର ୧୨.୪, ଝାରସୁଗୁଡା ୧୩.୨ ଏବଂ ସୁନ୍ଦରଗଡ, ତାଳଚେର, ବୌଦ୍ଧ ଓ ବଲାଙ୍ଗିରରେ ରାତିର ତାତି ଥିଲା ୧୪ ଡିଗ୍ରୀ ସେଲସିୟସ୍ । ସେହିପରି କଟକ ୧୪.୫, ଚାନ୍ଦବାଲିଠାରେ ସର୍ବନିମ୍ନ ତାପମାତ୍ରା ରହିଛି ୧୪.୮ ଡିଗ୍ରୀ ସେଲସିୟସ । ଭୁବନେଶ୍ୱରରେ ରେକର୍ଡ ହୋଇଛି ୧୫.୪ ଡ଼ିଗ୍ରୀ । ପାଣିପାଗ ବିଭାଗ କହିଛି. ରାଜ୍ୟରେ ଆହୁରି ୪-୫ଦିନ ଶୀତ ଲହରି ଜାରି ରହିବ ।

Leave A Reply

Your email address will not be published.