Latest Odisha News

BREAKING NEWS

ଖସୁଛି ପାରଦ, ବଢୁଛି ଶୀତ: ୧୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ। ଅଧିକାଂଶ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ରାଜ୍ୟରେ ଦିନକୁ ଦିନ ଖସୁଛି ପାରଦ, ଧୀରେ ଧୀରେ ବଢୁଛି ଶୀତ। ଚଳିତ ବର୍ଷ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା। ରାଜ୍ୟର ୭ ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ହ୍ରାସ ପାଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଦକ୍ଷିଣ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା) ହ୍ରାସ ପାଇଛି। କନ୍ଧମାଳ ଜି.ଉଦୟଗିରିରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ। ଏହାରି ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ।

ସେହିପରି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆହୁରି କମିବ ତାପମାତ୍ରା। ୧୪ତାରିଖ ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଦୀପାବଳିରେ ପାଗ ଅନୁକୂଳ ରହିବ।

୧୫ ଡିଗ୍ରୀ ସେଲସିୟସରୁ ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଥିବା ସ୍ଥାନଗୁଡ଼ିକ ହେଲା, କୋରାପୁଟ (୧୧.୫), ସେମିଳିଗୁଡା (୧୧.୫), ଫୁଲବାଣୀ (୧୨), ଦାରିଙ୍ଗବାଡି (୧୨.୫), କିରେଇ (୧୩.୨), କେନ୍ଦୁଝର (୧୪.୮), ଏବଂ ଭବାନୀପାଟଣା (୧୫ )। ଭୁବନେଶ୍ୱର ଏବଂ କଟକ ସହରର ୧୮.୫ ଡିଗ୍ରୀ ଏବଂ କଟକ ୧୯ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି।

Leave A Reply

Your email address will not be published.