Latest Odisha News

BREAKING NEWS

ରାଜ୍ୟରେ ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ୧୪ ସହରର ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ଶୀତ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିବା ନେଇ  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି।

ଏଥିସହିତ କନ୍ଧମାଳର ଜି. ଉଦୟଗିରି ଏବଂ ଫୁଲବାଣୀ ଯଥାକ୍ରମେ ୧୦.୫ ଡିଗ୍ରୀ ସେଲସିୟସ ଏବଂ ୧୧ ଡିଗ୍ରୀ ସେଲସିୟସ ସହିତ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି।

ତେବେ ନଭେମ୍ବର ୬ରେ ଝାରସୁଗୁଡ଼ା ତାପମାତ୍ରା  ୧୭.୮ ଡିଗ୍ରୀ ସେଲସିୟସ ଥିବା ବେଳେ ମଙ୍ଗଳବାର ଦିନ ଏହା ୧୧.୧ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଥିଲା। ଗତ ୫ ଦିନ ମଧ୍ୟରେ ଝାରସୁଗୁଡାର ତାପମାତ୍ରା ପ୍ରାୟ ୭ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ତେବେ ଗତ କାଲି ଏହାର ତାପମାତ୍ରା  ୧୧.୬ ଡିଗ୍ରୀ ସେଲସିୟସ ଥିବା ବେଳେ ଆଜି ସକାଳେ ଏହା  ୧୧.୧ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି।

ଓଡ଼ିଶାର ଅନ୍ୟ ସ୍ଥାନରେ ଅର୍ଥାତ୍ ବରଗଡ଼ର ଚିପିଲିମା (୧୨°C), ସୁନ୍ଦରଗଡ଼ର କିରେଇ (୧୨.୨°C), ରାଉରକେଲା (୧୨.୯°C), କୋରାପୁଟ ଏବଂ ସେମିଲିଗୁଡ଼ା ୧୩°C, ସୁନ୍ଦରଗଡ଼ (୧୩.୨°C), କେନ୍ଦୁଝର (୧୩.୪°C), ଅନୁଗୁଳ ଏବଂ ଢେଙ୍କାନାଳ ୧୩.୬°C ଏବଂ ଭବାନୀପାଟଣା (୧୪.୮°C) ଓ ଭୁବନେଶ୍ୱର ଏବଂ କଟକରେ ଯଥାକ୍ରମେ ୧୬.୨°C ଏବଂ ୧୬.୫°C ତାପମାତ୍ରା ରେକର୍ଡ କରାଯାଇଛି।ଏଥିସହିତ ରାଉରକେଲା, କୋରାପୁଟ ଏବଂ ଭବାନୀପାଟଣାରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଥିଲା।

ତେବେ ନଭେମ୍ବର ୧୧-୧୨ ତାରିଖରେ ଉତ୍ତର-ପଶ୍ଚିମ ପବନ ଓଡ଼ିଶା ଆଡକୁ ଆସିଥିବାରୁ ରାତିର ତାପମାତ୍ରାରେ ଆହୁରି  ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବା ନେଇ ପୁର୍ବାନୁମାନ କରାଯାଇଛି। ଏହି ସମୟରେ କନ୍ଧମାଳ, ଖୋର୍ଦ୍ଧା, କଟକ, ଅନୁଗୁଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଶୀତ ଲହରୀ ନେଇ ସତର୍କତା ଜାରି କରାଯାଇଛି।

ଅପରପକ୍ଷରେ ଭୁବନେଶ୍ୱର ସମେତ ଅନ୍ୟ ସହର ଗୁଡିକରେ ଗତ ନଭେମ୍ବର ୬ ତାରିଖରେ ପାରଦ ୨୦.୮° ସେଲସିୟସ୍ ରୁ ଖସି  ନଭେମ୍ବର ୧୦ ତାରିଖରେ ଏହା  ୧୪.୮° ସେଲସିୟସ୍ ହୋଇଯାଇଥିଲା। ରାତି ସମୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ୫.୮° ସେଲସିୟସ୍ କମ୍  ମଧ୍ୟ ରହିଥିଲା।ସେହିପରି କଟକରେ ରାତିର ତାପମାତ୍ରା ନଭେମ୍ବର ୬ ତାରିଖରେ ୨୨.୨° ସେଲସିୟସ୍ ରୁ ନଭେମ୍ବର ୧୦ ତାରିଖରେ ୧୬° ସେଲସିୟସ୍ କୁ ଖସି ଆସିଥିବା ନେଇ ସୂଚନା ମିଳିଛି।

Comments are closed.