Latest Odisha News

ଜାଡରେ ଥରୁଛି ଓଡିଶା , ଦାରିଙ୍ଗବାଡିରେ ତାପମାତ୍ରା ୭.୫ ଡିଗ୍ରୀ

ଭୁବନେଶ୍ୱର : ଜାଡରେ ଥରୁଛି ସାରା ଓଡିଶା । ରାଜ୍ୟର ୧୯ ଟି ସ୍ଥାନରେ ୧୫ ଡିଗ୍ରୀ ତଳେ ରହିଛି ତାପମାତ୍ରା ।ଅନ୍ୟପଟେ ପାହାଡିଆ ଅଞ୍ଚଳ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ତଳେ ରହିଛି । ଫଳରେ ଜାଡରେ ଘରୁଛି ଦାରିଙ୍ଗବାଡି । ଏନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ଥଣ୍ଡା ପଡୁଥିବାର ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି ଦାରିଙ୍ଗବାଡି ।

ଏଠାରେ ତାପାମାତ୍ରା କମିଲେ ବରଫ ମଧ୍ୟ ପଡେ ।ଫଳରେ ବାହାରୁ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟେ ଦାରିଙ୍ଗବାଡିକୁ । ସମୁଦ୍ର ପତନଠାରୁ ବହୁ ଉଚ୍ଚରେ ଦାରିଙ୍ଗବାଡି ରହୁଥିବାରୁ ଏଠାରେ ତାପମାତ୍ରା କମ୍ ରହେ ଫଳରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ ।ସେପଟେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସେହିପରି ବାଲେଶ୍ୱରରେ ତାପମାତ୍ରା ୧୪.୬ ରହିଛି ।

ଚାନ୍ଦବାଲିରେ ୧୩.୬, କଟକରେ ୧୪.୫ , ପାରାଦୀପରେ ୧୬.୮ , ଭୁବନେଶ୍ୱରରେ ୧୪.୫ , ଗୋପାଳପୁରରେ ୧୭.୨, ପୁରୀ୧୮.୧, ଅନୁଗୁଳରେ ୧୪,୬, ବାରିିପଦାରେ ୧୪.୦, ଝାରସୁଗୁଡାରେ ୧୦.. କେନ୍ଦୁଝରରେ ୧୧.୨,ସମ୍ବଲପୁରରେ ୧୪.୦, ସୁନ୍ଦରଗଡରେ୧୨.୦, ହୀରାକୁଦରେ୧୩.୦, ତାଳଚେର୧୪.୦, ଭବାନୀପାଟଣାରେ ୧୨.୯, ବଲାଙ୍ଗୀରରେର ୧୩.୬, କୋରାପୁଟରେ ୧୩.୮, ଟିଟିଲାଗଡରେ ୧୧.୩, ମାଲକାନଗିରିରି ୧୫.୫, ସୋନପୁରରେ୧୨.୪, ନୟାଗଡରେ ୧୫.୦, ବୌଦ୍ଧରେ ୧୫.୦, ଛତ୍ରପୁରରେ ୧୮ ଡିଗ୍ରୀ, ପାରଳାଖେମୁଣ୍ଡିରେ ୧୮.୦, ରାୟଗଡାରେ ୧୯.୯ ଡିଗ୍ରୀ ତାପମାତ୍ରା ରହିଛି । ରାୟଗଡାରେ ସର୍ବାଧିକ ତାପମାତ୍ରା ଥିବା ଜଣାପଡିଛି ।

Comments are closed.