Latest Odisha News

BREAKING NEWS

ଆରମ୍ଭରୁ ଅସମ୍ଭାଳ: ୩୭ ଡିଗ୍ରୀ ଡେଇଁଲା ଝାରସୁଗୁଡା

ଭୁବନେଶ୍ବର: ମାର୍ଚ୍ଚ ତାତି ଜଳାଇବ ବୋଲି ପୂର୍ବରୁ ଆଇଏମଡି ସତର୍କ କରିଥିବା ବେଳେ ଦିନକ ଭିତରେ ଏବେ ଅସମ୍ଭାଳ କଲାଣି ତାତି । ୩୭ ଡିଗ୍ରୀ ଟପି ଏବେ କଲବଲ କରୁଛି ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡା । ଆଜି ଦିନ ୨ ଟା ସୁଦ୍ଧା ଝାରସୁଗୁଡା ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି, ସମ୍ବଲପୁରରେ ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ସେପଟେ ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ତାତି ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ମନୋରମା ମହାନ୍ତି । ଆଗକୁ ଗ୍ରୀଷ୍ମ ଲହରୀ ଅବଧି ବୃଦ୍ଧି ପାଇବ ଏବଂ ତାତି ବଢିବ । ସ୍ବାଭାବିକ ଠାରୁ ଅଧିକ ତାପମାତ୍ରା ରହିବ  । ଏହାର ପ୍ରଭାବରେ ଅସ୍ବାଭାବିକ ଗରମ ସାଙ୍ଗକୁ ଗୁଳୁଗୁଳି ହେବ ।

ସେପଟେ ଗତକାଲି ଭୁବନେଶ୍ବରା ତାପମାତ୍ରା ୩୧ ଡିଗ୍ରି ଥିବା ବେଳେ ଆଜି ଦିନ ୧୧ଟା ସୁଦ୍ଧା ୩୨ ଡିଗ୍ରି ଟପିଛି ଭୁବନେଶ୍ବର ତାପମାତ୍ରା ।

Comments are closed.