Latest Odisha News

BREAKING NEWS

ଦର୍ଶକଙ୍କୁ ପସନ୍ଦ ଆସୁଛି ଜୁବିନଙ୍କ ‘ମେରି ଆସିକି’

ମୁୁମ୍ବାଇ: ରିଲିଜ ହୋଇଛି ବଲିଉଡର ଷ୍ଟାର ସିଙ୍ଗର ଜୁବିନ ନୌଟୟାଲଙ୍କ ନୂଆ ମ୍ୟୁଜିକ ଭିଡିଓ ଆଲବମ ‘ମେରି ଆସିକି’ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଜବରଦସ୍ତ ହିଟ୍ ହୋଇଛି । ଏଥିସହ ଭିଡିଓ ଟି ଦର୍ଶକଙ୍କ ମନ ମଧ୍ୟ ଜିଣି ପାରିଛି ।

BjdElectrycity

ଗୀତକୁ ଜୁବିନ୍ ନିଜେ ଗାଇବା ସହ ଏହି ମ୍ୟୁଜିକ ଭିଡିଓରେ ସେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କ ଅପଜିଟ୍ରେ ଅଛନ୍ତି ଇହାନା ଢ଼ିଲ୍ଲନ । ଗୀତରେ ଦୁହିଁଙ୍କ ଲଭ କେମେଷ୍ଟି୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି ।

ଗୀତଟିର ମ୍ୟୁଜିକ କମ୍ପୋଜ କରିଛନ୍ତି ରୋଚକ କୋହଲି । ରିଲିଜ ହେବାର ୨୪ ଘଂଟା ମଧ୍ୟରେ ୟୁଟ୍ୟୁବରେଏହି ଗୀତକୁ ୪ ଲକ୍ଷରୁ ମଧ୍ୟ ଅଧିକ ଲୋକ ଦେଖି ସାରିଲେଣି ।

Leave A Reply

Your email address will not be published.