Latest Odisha News

ହସ୍ପିଟାଲ ଭିତରେ ପିଆନୋ ବଜାଉଛନ୍ତି ସ୍ୱର୍ଗତ ୱାଜିଦ ଖାନ୍, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ତଥା ସିଙ୍ଗର ୱାଜିଦ ଖାନଙ୍କ ନିକଟରେ ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପୂର୍ବରୁ ହସ୍ପିଟାଲ ଖଟରେ ବସି ସେ ପିଆନୋ ବଜାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓକୁ ତାଙ୍କ ଭାଇ ସାଜିଦ ଖାନ୍ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏଥିସହ ସେ ୱାଜିଦଙ୍କୁ ମନେପାକାଇ ଏକ ଇମୋସନାଲ ମେସେଜ ମଧ୍ୟ ଲେଖିଛନ୍ତି । ସେ ମେସେଜରେ ଲେଖିଛନ୍ତି ଯେ, ସବୁ କିଛି ଛାଡି ଚାଲିଗଲା, କିନ୍ତୁ ତୁ କେବେ ମ୍ୟୁଜିକ ଛାଡିଲୁନି କି ମ୍ୟୁଜିକ୍ ତତେ ଛାଡିଲା ନାହିଁ । ମୋ ଭାଇ ଅମର ହୋଇଯାଇଛି । ମୁଁ ତତେ ସବୁ ଦିନେ ମନେ ରଖିବି । ମୋ ସୁଖରେ ଆଉ ମୋ ଦୁଃଖରେ ତୁ ସବୁ ଦିନେ ମୋ ସହ ରହିବୁ ।

ସାଜିଦ ଖାନଙ୍କ ଏହି ଇମୋସନାଲ ପୋଷ୍ଟ ଫ୍ୟାନ୍ସମାନଙ୍କୁ ମଧ୍ୟ ବେଶ୍ ଇମୋସନାଲ କରିଦେଇଛି । ୱାଜିଦ ଖାନଙ୍କୁ ମନେପକାଇ ଅନେକ ଫ୍ୟାନ୍ସ ଭାବୁକ ହୋଇ ଏହି ଭିଡିଓରେ କମେଂଟ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.