Latest Odisha News

BREAKING NEWS

ୟୁଏଇ ଫୁଟବଲ ଲିଗ: ମେସିଙ୍କୁ ୨୪୪୦ କୋଟି ଟଙ୍କାରେ ନେଇପାରେ ଅଲ ହିଲାଲ

ରିୟାଦ: କ୍ରିଷ୍ଟିଆନ ରୋନାଲ୍ଡୋ ସାଉଦି ଆରବ କ୍ଲବ ସହିତ ଜଡିତ ହେବା ପରେ ଏବେ ସମସ୍ତଙ୍କ ନଜର ଆର୍ଜେଂଟିନା ଷ୍ଟାର ଲିଓନେଲ ମେସିଙ୍କ ଉପରେ ରହିଛି । ରିପୋର୍ଟ ମୁତାବକ ଅଲ ହିଲାଲ କ୍ଲବ ମେସିଙ୍କୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏପରିକି ବାର୍ଷିକ ୨୪୪୦ କୋଟି ଟଙ୍କା ଦେବା ପାଇଁ କ୍ଲବ ରାଜି ଅଛି । ମେସି ଯଦି ଏହି ପ୍ରସ୍ତାବରେ ରାଜି ହୁଅନ୍ତି ତାହାହେଲେ ବିଶ୍ୱ ଫୁଟବଲ ସବୁଠାରୁ ଦାମୀ ଖେଳାଳି ପାଲଟିଯିବେ । ସେ ଏବେ ପ୍ୟାରିସ ସେଂଟ ଜର୍ମନ ଟିମ ସହିତ ଚୁକ୍ତିବଦ୍ଧ ଅଛନ୍ତି । ପୂର୍ବରୁ ରେନାଲ୍ଡୋଙ୍କୁ ଅଲ ନାସର କ୍ଲବ ୧୭୬୦ କୋଟିରେ ଚୁକ୍ତି କରିଛି ।

ଯଦି ମେସି ଯୁଏଇ ଲିଗରେ ଖେଳିବେ ତାହାହେଲେ ପୁନର୍ବାର ମେସି ଓ ରୋନାଲ୍ଡୋ ମଧ୍ୟରେ ଦର୍ଶକମାନେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ପାଇବେ । ସାଉଦି ଆରବ ୨୦୩୦ ବିଶ୍ୱକପ ଆୟୋଜନ କରିବା ଲକ୍ଷ୍ୟରେ ରହିଛି । ସେଥିପାଇଁ ଘରୋଇ ଲିଗକୁ ବିଶ୍ୱ ବିଖ୍ୟାତ କରିବା ପାଇଁ ୟୁଏଇ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି ।

Leave A Reply

Your email address will not be published.