Latest Odisha News

BREAKING NEWS

ହକି ବିଶ୍ୱକପ: ୱେଲ୍ସକୁ ହରାଇ ଖାତା ଖୋଲିଲା ସ୍ପେନ

ରାଉରକେଲା: ଓଡିଶାରେ ଚାଲିଥିବା ବିଶ୍ୱକପ ହକିରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ସ୍ପେନ ୫-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଛି । ଏଥିସହ ଚଳିତ ବିଶ୍ୱକପରେ ସ୍ପେନ ବିଜୟ ଖାତା ଖୋଲିଛି । ପୂର୍ବରୁ ସ୍ପେନ ୦-୨ ଗୋଲରେ ଭାରତ ନିକଟରୁ ପରାଜିତ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଉଭୟ ଟିମ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଦ୍ୱିତୀୟ କ୍ୱାର୍ଟରରେ ସ୍ପେନ ୧୬ ଓ ୨୨ତମ ମିନିଟରେ ୨ଟି ଗୋଲ ଦେଇଥିଲା । ଏହା ରେନ ମାର୍କ ଓ ଇଗଲେସିଆସ ଆଲଭାରୋ ସ୍କୋର କରିଥିଲେ ।

୩ୟ କ୍ୱାର୍ଟରର ୩୨ ତମ ମିନିଟରେ ମିରାଲେସ ମାର୍କ ଏବଂ ୩୮ତମ ମିନିଟରେ ରେନ ମାର୍କ ଗୋଲ କରି ଦଳକୁ ୪-୦ରେ ଅଗ୍ରଣୀ କରାଇଥିଲେ । ୫ମ ଗୋଲଟି ମିରାଲେସ ମାର୍କ ସ୍କୋର କରିଥିଲେ । ୱେଲ୍ସ ପକ୍ଷରୁ ସମ୍ମାନ ସୂଚକ ଏକମାତ୍ର ଗୋଲଟି ୫୨ତମ ମିନିଟରେ କାରସନ ଜେମ୍ସ ଦେଇଥିଲେ ।

Leave A Reply

Your email address will not be published.