Latest Odisha News

ଟାଟା ଟିଆଗୋକୁ ଟକ୍କର ଦେବାକୁ ଏମଜି ବଜାରକୁ ଆଣିପାରେ ଏହି ଇଲେକ୍ଟ୍ରିକ କାର

ନୂଆଦିଲ୍ଲୀ: ଭାରତର ଇଲେକ୍ଟ୍ରିକ କାର ବଜାରରେ ବର୍ତ୍ତମାନ ଶସ୍ତା ମୂଲ୍ୟରେ କାର ଲଞ୍ଚ କରିବାକୁ ବିଭିନ୍ନ କମ୍ପାନୀ ଜୋରଦାର ପ୍ରୟାସ କରୁଛନ୍ତି । ତେବେ ବଜାରରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ କମ୍ ମୂଲ୍ୟରେ କେବଳ ଟାଟାର ଟିଆଗୋ ଥିବାବେଳେ ହେକ୍ଟର ପରି ଏସୟୁଭି କାର ଲଂଚ କରି ଲୋକପ୍ରିୟତା ହାସଲ କରିଥିବା ଏମଜି ଏବେ ଏହାର ଛୋଟ ଇଭି କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଏହି କାର ଏମଜିଏୟାର ନାମରେ ବଜାରକୁ ଆସିବ । କମ୍ପାନୀ ଏପର୍ଯ୍ୟନ୍ତ ଯଦିଓ ଏହାର ମୂଲ୍ୟ ବାବଦରେ କୌଣସି ଖୁଲାସା କରିନାହିଁ, କିନ୍ତୁ କୁହାଯାଉଛି ଯେ ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ଭିତରେ ରହିବ ।

ଚଳିତ ବର୍ଷ ଆୟୋଜିତ ଅଟୋ ଏକ୍ସପୋରେ ଏହି କାର ପ୍ରଦର୍ଶିତ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏମଜି ଏହି କାରକୁ ପ୍ରଦର୍ଶିତ କରିନଥିଲା । ତେବେ ପୁଣି ଥରେ ଏହି କାରକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଏବେ ଏହି କାରର ଇଣ୍ଟେରିୟର ଫଟୋ ସବୁ ଭାଇରାଲ ହେବାରେ ଲାଗିଛି । ଏହି ସବୁ ଫଟୋରେ ଦେଖିବାକୁ ମିଳିଛି ଯେ ଡ୍ୟାସବୋର୍ଡରେ ଟଚସ୍କ୍ରିନ ଇନଫୋଟେନ୍ମେଣ୍ଟ ସିଷ୍ଟମ ସହ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର ଦିଆଯାଇଛି । ମିଡିଆ ରିପୋର୍ଟରୁ ଜଣାପଡିଛି ଯେ ଆକାର ଦୃଷ୍ଟିରୁ, ଏହି ବୈଦ୍ୟୁତିକ କାର ଅଲ୍ଟୋ ୮୦୦ ଠାରୁ ବି ସାନ ହେବ । ଏହି କାରରେ ୨ଟି ସିଟ୍ ଏବଂ ୪ଟି ସିଟର ବିକଳ୍ପ ରହିପାରେ । ବିଦେଶରେ ଉପଲବ୍ଧ ଏହି ମଡେଲ୍ ଥରେ ଚାର୍ଜରେ ୨୦୦ କିଲୋମିଟରରୁ ୩୦୦ କିଲୋମିଟର ଯାଉଥିବାବେଳେ ଭାରତରେ ଲଂଚ ହେଲେ ହିଁ ଏବାବଦରେ ଜଣାପଡିବ ।

Comments are closed.