Latest Odisha News

BREAKING NEWS

୭୦ଦିନ ପରେ ଜେଲରୁ ମୁକୁଳିଲେ ଶିଜାନ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲା । ୭୦ଦିନ ପୋଲିସ ହେପାଜତରେ ରହିବା ପରେ ଏବେ ଜେଲରୁ ବାହାରିଛନ୍ତି ଅଭିନେତା ଶିଜାନ ଖାନ । ଗତ ଶନିବାର ଦିନ ମହାରାଷ୍ଟ୍ର କୋର୍ଟ ଶିଜାନଙ୍କୁ ୧ଲକ୍ଷ ଟଙ୍କାର ମୁଚଲିକା ସହିତ ଜାମିନ ପ୍ରଦାନ କରିଥିଲେ।

ଗତକାଲି ଜେଲରୁ ଆସିବା ପରେ ପୁଅକୁ ୭୦ଦିନ ପରେ ଆଖି ସାମ୍ନାରେ ପାଇ ଭୋଭୋ ହୋଇ କାନ୍ଦିଥିଲେ ଶିଜାନଙ୍କ ମା’। ଏଥିସହିତ ଭଉଣୀ ବି ନିଜ ଆଖିର ଲୁହକୁ ରୋକିପାରି ନଥିଲେ। ଏହି ସମୟରେ ଶିଜାନ ଗଣମାଧ୍ୟମର ସାମ୍ନା କରି ନଥିଲେ। କିନ୍ତୁ ତାଙ୍କ ଭଉଣୀ ଗଣମାଧ୍ୟମକୁ କହିଥିଲେ, ‘ଭାଇ ୭୦ଦିନ ପରେ ଜେଲରୁ ଫେରିଛି, ଆମକୁ ୭୦ଘଣ୍ଟା ଦିଅନ୍ତିୁ, ଆମେ ନିଜ ପ୍ରତିକ୍ରିୟା ନିଶ୍ଚୟ ରଖିବୁ।’

ତେବେ ତୁନିଶା ଓ ଶିଜାନ ‘ଅଲି ବାବା: ଦାସ୍ତାନ-ଏ-କାବୁଲ’ରେ କାମ କରୁଥିଲେ। ଏହି ଧାରାବାହିକରେ କାମ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କରେ ଆରମ୍ଭ ହୋଇଥିବା ବେଳେ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଥିଲେ। ଏହି କାରଣରୁ ତୁନିଶା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.