Latest Odisha News

BREAKING NEWS

ଏସପି, ଡିଆଇଜି ଡେପୁଟେସନରେ ନଗଲେ ପଦନ୍ନୋତି ମିଳିବନି !

ନୂଆଦିଲ୍ଲୀ: ଏସପି, ଡିଆଇଜି କେନ୍ଦ୍ରୀୟ ଡେପୁଟେସନରେ ନଗେଲ ପଦନ୍ନୋତି ମିଳିବନି । ଏଭଳି ଏକ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛି କେନ୍ଦ୍ର ସ୍ୱରାଷ୍ଚ୍ରମନ୍ତ୍ରାଳୟ। ଏହି ପ୍ରସ୍ତାବରେ କୁହାଯାଇଛି ଏସପି ଏବଂ ଡିଆଇଜି ରାଙ୍କର ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଆସିଲେ ପଦନ୍ନୋତି ମିିଳିବ ବୋଲି ବ୍ୟବସ୍ଥା ହେବା ଦରକାର । ଯେଉଁ ଅଧିକାରୀ ଆସିବେ ତାଙ୍କୁ ଏଡିଜି (ଆଡିସନାଲ ଡାଇରେକ୍ଟର ଜେନେରାଲ) ଭଳି ପଦ କିମ୍ବା ଏହା ଉପରକୁ ପଦନ୍ନୋତି ପାଇବେ ।

BjdElectrycity

କେନ୍ଦ୍ର ସରକାର ଏପରି ବ୍ୟବସ୍ଥା କରି କେନ୍ଦ୍ରୀୟ ଏଜେନ୍ସି ଏବଂ ଅର୍ଦ୍ଧସାମରିକ ବିଭାଗରେ ଖାଲି ପଡୁଥିବା ଅଧିକାରୀ ପଦ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବିଭିନ୍ନ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଓ କେନ୍ଦ୍ରୀୟ ପୁଲିସ ସଂଗଠନରେ ଉଭୟ ସ୍ତରରେ ପଚାଶ ପ୍ରତିଶତରୁ ଅଧିକ ପଦବୀ ଖାଲି ପଡ଼ିଛି । ସେହିପରି ଏହି ପ୍ରସ୍ତାବର ଅନ୍ୟ ଦିଗଟି ହେଉଛି ବିଭିନ୍ନ ସମୟରେ ଏସପି ଏବଂ ଡିଆଇଜି ରାଙ୍କର ଅଧିକାରୀ ରାଜ୍ୟର ଶାସକ ଦଳ ପ୍ରତି ଅଧିକ ଆନୁଗତ୍ୟ ଦେଖାଉଥିବା ଅଭିଯୋଗ ରହିଛି । ଏପରି ସ୍ଥିତିରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରାଳୟର ଏହି ପ୍ରସ୍ତାବକୁ ଯଦି ପ୍ରଧାନମନ୍ତ୍ରୀ ଅନୁମତି ଦେବେ ତାହେଲେ ସାବାଡ୍ ହୋଇଯିବେ ଏପରି ଅଧିକାରୀ ।

ଅନ୍ୟପଟେ ଏପରି ବ୍ୟବସ୍ଥା ହେଲେ ଜୁନିଅର ଅଫିସରମାନେ ଅଯଥା ହଇରାଣ ହେବେ । କାରଣ ଜଣେ କେନ୍ଦ୍ରୀୟ ଡେପୁଟେସନରେ ସେତେବେଳେ ଯିବ ଯେତେବେଳେ ଜଣେ ରାଜ୍ୟ ସରକାରଙ୍କ ପାଖରୁ ନୋ ଅବଜେକସନ ସାର୍ଟିଫିକେଟ ପାଇବ । ହେଲେ ପୂର୍ବରୁ କେନ୍ଦ୍ର ଅଭିଯୋଗ କରିଆସୁଛି ଯେ ରାଜ୍ୟ ସରକାର ଆଇଏଏସ ଏବଂ ଆଇପିଏସ ମାନଙ୍କୁ ଡେପୁଟେସନରେ ପଠାଉ ନାହାନ୍ତି । ତେଣୁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରାଳୟ ଯେଉଁ ପ୍ରସ୍ତାବ ଆଣିଛି ସେଥିରେ ଏନଓସି ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ।

ଉଲ୍ଲେଖଯୋଗ୍ୟ, ନିକଚରେ କେନ୍ଦ୍ର ଏକ ପ୍ରସ୍ତାବା ଆଣିଥିଲା ଯେଉଁଥିରେ ଆଇଏଏସ ଏବଂ ଆଇପିଏସଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଆସିବା ବାଧ୍ୟତାମୂଳକ ବୋଲି ପ୍ରସ୍ତାବ ରହିଥିଲା। ଯାହାକୁ ବିରୋଧୀ ବିରୋଧ କରିଥିଲେ। କେନ୍ଦ୍ରର ଆଇନକୁ ଫୁ କରି ଉଡାଉଥିବା ପଶ୍ଚିମବଙ୍ଗର ମମତା ସରକାର କହିଥିଲେ କେନ୍ଦ୍ରର ଏପରି ପ୍ରସ୍ତାବ ସଙ୍ଘୀୟ ବ୍ୟବସ୍ଥା ପ୍ରତି କୁଠାରଘାତ।

Leave A Reply

Your email address will not be published.