Latest Odisha News

କିଏ ହେବେ ଆଗାମୀ ପିସିସି ସଭାପତି, ୨୨ରେ କଂଗ୍ରେସ ପ୍ରଭାରୀ କରିବେ ଆଲୋଚନା

୨୨ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର

ଭୁବନେଶ୍ୱର: ଏପ୍ରିଲ ୨୨ରେ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ପ୍ରଭାରୀ ଚେଲା କୁମାର । ପିସିସି ସଭାପତି ପରିବର୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେଣୁ ପରବର୍ତ୍ତୀ ପିସିସି ସଭାପତି କିଏ ହେବେ ଘୋଷଣା ପୂର୍ବରୁ ଚେଲ୍ଲା କୁମାରଙ୍କ ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ।

ଚେଲା କୁମାର ଏହି ଗସ୍ତ ସମୟରେ ରାଜ୍ୟର କଂଗ୍ରେସ ନେତା ଏବଂ ବିଧାୟକଙ୍କ ସହ ବୈଠକ କରିବେ । ବୈଠକରେ ସମ୍ଭାବ୍ୟ ପିସିସି ସଭାପତିଙ୍କ ଉପରେ ଆଲୋଚନା ହେବ। କଣ ମେରିଟ୍ କଣ ଡିମେରିଟ ସେ ବାବଦରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହେବ।

ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ରାଜ୍ୟରେ ନେତୃତ୍ବ ପରିବର୍ତନ ହେବା ଦରକାର । ସ୍ୱାସ୍ଥ୍ୟଗତ କାରଣ ପାଇଁ ସେ ନେତୃତ୍ୱ ନେବାକୁ ଚାହୁଁନାହାନ୍ତି ବୋଲି କହିଥିଲେ। ସେହିପରି ପ୍ରତି ଦୁଇ-ତିନି ବର୍ଷରେ ପିସିସି ପରିବର୍ତନ ହୁଏ । ଏହା ସ୍ୱାଭାବିକ ପ୍ରକ୍ରିୟା । ସେ କହିଛନ୍ତି, ନୂଆ ପିସିସି ସଭାପତି ଯେତେଶୀଘ୍ର ଘୋଷଣା ହେବ ସିଏ ସେତେ ଖୁସି ।

ଉଲ୍ଲେଖଯୋଗ୍ୟ, ପରବର୍ତୀ ପିସିସି ସଭାପତି କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ କଂଗ୍ରେସର ଏହି ସର୍ବୋଚ୍ଚ ପଦବୀ ପାଇଁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ କଂଗ୍ରେସ ସାଂସଦ ଶରତ ପଟ୍ଟନାୟକ, ବିଧାୟକ ତାରାବାହିନୀ ପତି ଏବଂ ସାଂସଦ ସପ୍ତଗିରି ଉଲାକାଙ୍କ ନାମ ଚର୍ଚ୍ଚାରେ ରହିଛି।

Leave A Reply

Your email address will not be published.