Latest Odisha News

BREAKING NEWS

ଏବେ ଗଡିବନି ଟ୍ରେନ୍‌: କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଏବେ ଗଡିବନି ଟ୍ରେନ୍ । ଉପୁଜିଥିବା ପରିସ୍ଥିତିରେ ଟ୍ରେନ ଚଳାଇବା ସମ୍ଭବ ନୁହେଁ ବୋଲି ଆଜି ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ସାରା ଦେଶରେ ଲକଡାଉନ୍ ଜାରି ରହିଛି । ବିଭିନ୍ନ ରାଜ୍ୟ ସରକାର ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଥିବା ସେମାନଙ୍କ ରାଜ୍ୟବାସୀଙ୍କୁ ଫେରାଇ ନେବାକୁ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ଲାଗି କେନ୍ଦ୍ରକୁ ନିବେଦନ କରୁଛନ୍ତି। ଏହାରି ଭିତରେ କେନ୍ଦ୍ର ଗୃହମନ୍ତ୍ରାଳୟ ଗୁରୁବାର ଟ୍ରେନ ଚଳାଚଳ ନେଇ ସକାରଙ୍କ ନୀତି ସ୍ପଷ୍ଟ କରିଦେଇଛନ୍ତି । ସେ କହିଛନ୍ତି, ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଲୋକଙ୍କୁ ରାଜ୍ୟ ସରକାରମାନେ ବସ୍‌ରେ ନିଜନିଜ ରାଜ୍ୟଙ୍କୁ ଫେରାଇ ନେବା ଉଚିତ । ଲକଡାଉନ୍ ଯୋଗୁ ସାରା ଦେଶରେ ପ୍ରାୟ ୨କୋଟି ଲୋକ ଏଣେତେଣେ ଫଶି ରହିଛନ୍ତି। ଏବେ କେବଳ ବସରେ ସେମାନଙ୍କ ପରିବହନ କରିବା ଲାଗି ଗାଇଡଲାଇନ ଜାରି ହୋଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି ।

ସୂଚନାଯୋଗ୍ୟ ଯେ, ତେଲେଙ୍ଗାନା ମନ୍ତ୍ରୀ ତାଲାସାନୀ ଶ୍ରୀନିବାସ ଯାଦବ ବାହାର ରାଜ୍ୟରେ ଫସିଥିବା ଲୋକଙ୍କୁ ସେମାନଙ୍କ ଘରେ ପହେଞ୍ଚାଇବା ଲାଗି ଟ୍ରେନ ଚଲାଇବାକୁ ଦାବି କରିଛନ୍ତି। କେବଳ ତେଲେଙ୍ଗାନା ନୁହେଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମଧ୍ୟ କେନ୍ଦ୍ର ସରକାରଙ୍କୁ ତୁରନ୍ତ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଥିଲେ।

Leave A Reply

Your email address will not be published.