Latest Odisha News

BREAKING NEWS

ବ୍ୟର୍ଥ ହେଲା ଆୟାରଙ୍କ ଶତକ, କୋଲକାତା ବିପକ୍ଷରେ ମୁମ୍ବାଇର ୨୩ତମ ବିଜୟ

ମୁମ୍ବାଇ: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି । କୋଲକାତା ବିପକ୍ଷରେ ମୁମ୍ବାଇର ଏହା ୨୩ତମ ବିଜୟ । କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ହରାଇ ୧୮୫ ରନ କରିଥିଲା । ଭେଙ୍କେଟେଶ ଆୟାର ୧୦୪ ରନର ଚମକପ୍ରଦ ଇନିଂସ ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ଏହି ମ୍ୟାଚରେ ୨ ଓଭର ବୋଲିଂ କରି ୧୭ ରନ ଦେଇଥିଲେ ।

ଜବାବରେ ମୁମ୍ବାଇ ୧୭.୪ ଓଭରରେ ୫ ୱିକେଟ ହରାଇ ୧୮୬ ରନ ସଂଗ୍ରହ କରି ନେଇଥିଲା । ଈଶାନ କିଶାନ ୫୮, ସୂର୍ଯ୍ୟକୁମାର ଯାଦବ ୪୩, ତିଳକ ବର୍ମା ୩୦ ଓ ଟିମ ଡେଭିଡ ୨୪ରନ କରିଥିଲେ । ସୂୟଶ ଶର୍ମା ୨ଟି ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ମୁମ୍ବାଇ ଅଧିନାୟକ ସୂର୍ଯ୍ୟକୁମାର ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ବିଜୟ ସହ ମୁମ୍ବାଇ ୪ଟି ମ୍ୟାଚରୁ ୪ ପଂଏଟ ଏବଂ କୋଲମାତା ୫ ମ୍ୟାଚରୁ ପଂଏଟ ହାସଲ କରିଛି ।

Leave A Reply

Your email address will not be published.