Latest Odisha News

ବିବାହ ମଣ୍ଡପରେ କନ୍ୟାକୁ ଚାପୁଡ଼ା ମାରିଲେ ବର, ଲୋକେ ଦେଖି ତାଜୁବ୍

ଉଜବେକିସ୍ତାନ: ଜଣେ ପୁରୁଷ ମହିଳାଙ୍କୁ ସର୍ବସାଧାରଣରେ ଅପମାନିତ କରିବା କିମ୍ବା ସେମାନଙ୍କ ଉପରକୁ ହାତ ଉଠାଇବା ବର୍ତ୍ତମାନ ସାଧାରଣ କଥା ହୋଇଗଲାଣି । ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟେ ବର ବିବାହ ମଣ୍ଡପରେ ସମସ୍ତଙ୍କ ସାମ୍ନାରେ କନ୍ୟାକୁ ଚାପୁଡ଼ା ମାରିଛନ୍ତିି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଭିଡ଼ିଓଟି ଉଜବେକିସ୍ତାନର । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ବିବାହ ସମୟରେ ରୀତି ଅନୁଯାୟୀ ବର ଏବଂ କନ୍ୟା ମଧ୍ୟରେ ଏକ ଖେଳର ଆୟୋଜନ କରାଯାଇଥିଲା । ଏଥିରେ କନ୍ୟା ଜିତିବାରୁ ଉପସ୍ଥିତ ଅତିଥିମାନେ କନ୍ୟାକୁ ପ୍ରଶଂସା କରିବାକୁ ଲାଗିଲେ । ଏହା ଦେଖି ବର ହଠାତ୍ ରାଗି ଯାଇ ସମସ୍ତଙ୍କ ସାମ୍ନାରେ କନ୍ୟାକୁ ଏକ ଚାପୁଡ଼ା ମାରିଲେ । ଏପରି ଦେଖି ଖେଳରେ ମଜା ନେଉଥିବା ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହି ଭିଡ଼ିଓ ଦେଖିବା ପରେ ଅନେକ ବର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ ବୋଲି ମତ ଦେଇଛନ୍ତି । ଆଉ କିଛି କହିଥିଲେ ଯେ, ଯଦି ଜୀବନ ଆରମ୍ଭରୁ ଏପରି ତାହାହେଲେ ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ଜଣାପଡ଼ୁଛି ।

Leave A Reply

Your email address will not be published.