Latest Odisha News

BREAKING NEWS

ହାର୍ଦ୍ଦିକଙ୍କୁ ନେବା ପାଇଁ ଗୁଜରାଟକୁ ମୁମ୍ବାଇ ଦେଇଛି ୧୦୦ କୋଟି ଟଙ୍କା : ରିପୋର୍ଟ

ମୁମ୍ବାଇ: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ଟ୍ରେଡ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ୧୦୦ କୋଟି ଟଙ୍କା ଗୁଜରାଟ ଟାଇଟନ୍ସକୁ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ହାର୍ଦ୍ଦିକ ଆଇପିଏଲ ୨୦୨୪ରେ ୫ ଥର ଚାମ୍ପିୟନ ମୁମ୍ବାଇର ନେତୃତ୍ୱ ନେବେ । ମୁମ୍ବାଇ ଓ ଗୁଜରାଟ ଫ୍ରାଂଚାଇଜର କେତେ ଟଙ୍କା ନେଇ ଡିଲ କରାଯାଇଥିଲା ସେ ସମ୍ପର୍କରେ ଅବଶ୍ୟ କୌଣସି ସୂଚନା ଦେଇ ନାହାନ୍ତି । ଗୁଜରାଟ ଆଇପିଏଲ ୨୦୨୧ରେ ସାମିଲ ହେବା ପାଇଁ ସିଭିସି କ୍ୟାପିଟାଲ ୫୬୨୫ କୋଟି ଟଙ୍କା ଦେଇଥିଲା । ୨୦୨୦ ପରଠାରୁ ମୁମ୍ବାଇ ଚାମ୍ପିୟନ ହୋଇ ନ ଥିବାରୁ ଫ୍ରାଂଚାଇଜ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି ।

ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ପଦାର୍ପଣ ଆଇପିଏଲରେ ଚାମ୍ପିୟନ ଓ ଏହାର ପରର୍ବର୍ତୀ ସଂସ୍କରଣରେ ରନର୍ସଅପ ହୋଇଥିଲା । ପାଣ୍ଡ୍ୟାଙ୍କ ସହ ଚୁକ୍ତି ସିଭିସି କ୍ୟାପିଟାଲ ବାଲାନ୍ସରେ ପରେ ଦର୍ଶାଯିବ । ପାଣ୍ଡ୍ୟାଙ୍କୁ ଟ୍ରେଡ କରିବା ପରେ ଗୁଜରାଟ ପର୍ସ ୧୫ କୋଟିକୁ ବୃଦ୍ଧି ପାଇଛି । ଏବେ ସମସ୍ତଙ୍କ ନଜର ରୋହିତଙ୍କ ଉପରେ ରହିଛି ।

Comments are closed.