Latest Odisha News

BREAKING NEWS

ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ

ୱାଙ୍ଖେଡ: ଚଳିତ ଆଇପିଏଲରେ କ୍ରମାଗତ ୩ଟି ମ୍ୟାଚରେ ପରାଜିତ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପରିବେଶରେ ପ୍ରଥମ ବିଜୟ ହାସଲ କରିଛି । ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ହାଇ ସ୍କୋରିଂ ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ ୨୯ ରନରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୩୪ ରନ କରିଥିଲା । କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ଦଳଗତ ପ୍ରଦର୍ଶନ ଯୋଗୁ ମୁମ୍ବାଇ ବିଶାଳ ସ୍କୋର କରିପାରିଥିଲା । ରୋହିତ ଶର୍ମା(୨୭ ବଲରୁ ୪୯ ରନ), ଈଶାନ କିଶାନ(୨୩ ବଲରୁ୪୨), ହାର୍ଦ୍ଦିକ ପାଣ୍ଡ୍ୟା(୩୩ ବଲରୁ ୩୯ ), ଟିମ ଡେଭିଡ (୨୧ ବଲରୁ ୪୫) ଓ ରାମାରିଓ ଶେଫାର୍ଡ ୧୦ ବଲରୁ ୩୯ ରନ କରି ନଟଆଉଟ ରହିଥିଲେ । ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ ଓ ଆର୍ନିକ ନୋର୍ଟେଜ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ଜବାବରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ବିନିମୟରେ ୨୦୫ ରନ କରିବାକୁ ସକ୍ଷମ ହୋଇଥିଲା । ପୃଥ୍ୱୀ ଶ ୪୦ ବଲରୁ ୬୬ ଓ ଅଭିଷେକ ପୋରେଲ ୩୧ ବଲରୁ ୪୧ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଦଳ ପରାଜୟର କାରଣ ସାଜିଥିଲା । ଟ୍ରିଷ୍ଟାନ ଷ୍ଟବ୍ସ ଚମତ୍କାର ଇନିଂସ ଖେଳି ଦିଲ୍ଲୀର ଆଶା ଉଜ୍ଜୀବିତ କରିଥିଲେ । ସେ ୨୫ ବଲରୁ ୩ ଚୌକା ଓ ୭ ଛକା ସହାୟତାରେ ୭୧ ରନ କରି ଅପରାଜିତ ରହିଥିଲେ ।

ମୁମ୍ବାଇ ପକ୍ଷରୁ ଗେରାଲ୍ଡ କୋଏଟଜି ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯଶପ୍ରୀତ ବୁମରାହ ୨ଟି ଓ ରୋମାରିଓ ଶେଫାର୍ଡ ଗୋଟିଏ ୱିକେଟ ନେଇଥିଲେ । ମୁମ୍ବାଇ ୪ ମ୍ୟାଚରୁ ୨ ଓ ଦିଲ୍ଲୀ ୫ ମ୍ୟାଚରୁ ୨ ପଂଏଟ ହାସଲ କରିଛି ।

Comments are closed.