Latest Odisha News

BREAKING NEWS

ପୂର୍ବ ଆରଏ କମାଣ୍ଡର ମାଇକେଲ ହେସ ରଚିଥିଲେ ମାଂଉଟବେଟନଙ୍କ ହତ୍ୟା ଷଡଯନ୍ତ୍ର

ଲଣ୍ଡନ: ମାଇକେଲ ହେସ ନାମକ ପୂର୍ବ ଆଇରିଶ ରିପବ୍ଲିକାନ ଆର୍ମିର କମାଣ୍ଡର ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ୧୯୭୯ରେ ଲର୍ଡ ମାଂଉଟବେଟନଙ୍କ ହତ୍ୟା ଷଡଯନ୍ତ୍ର ରଚିଥିଲେ ବୋଲି କହିଛନ୍ତି । ଲର୍ଡ ଅର୍ଲ ଲୁଇସ ମାଂଉଟବେଟନ ଦ୍ୱିତୀୟ ବିଶ୍ୱ ଯୁଦ୍ଧର ନାୟକ ଥିଲେ । ସେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ପର୍କୀୟ ଭାଇ ଥିଲେ । ସେ ଭାରତର ଅନ୍ତିମ ଭାଇସରାୟ ମଧ୍ୟ ଥିଲେ । ହେସ କହିଛନ୍ତି ଯେ, ଥମାସ ମ୍ୟାକମୋହନ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ମୁଁ ରୂପରେଖ ତିଆରି କରିଥିଲି । ୧୯୭୯ରେ ସେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ୧୯୯୮ରେ ତାଙ୍କ ମୁକ୍ତ କରାଯାଇଥିଲା । ହେସଙ୍କ କହିବା ଅନୁସାରେ ହଁ ମୁଁ ତାଙ୍କୁ ଉଡେଇ ଦେଇଥିଲେ । ପ୍ରମୂଖ କମାଣ୍ଡର ଭାବେ ମୁଁ ସବୁ କିଛି ଯୋଜନା ପ୍ରସ୍ତୁତ କରିଥିଲି । ସ୍ଲାଇଗୋରେ ତାଙ୍କୁ ଉଡେଇ ଦେଇଥିଲେ ।

ସେ ମୋ ଦେଶକୁ ଆସିଥିଲେ, ଆମ ଲୋକଙ୍କୁ ହତ୍ୟା କରିଥିଲେ ମୁଁ ଏହାର ଜବାବ ଦେଇଥିଲି । ଉତର ଆୟର୍ଲାଣ୍ଡକୁ ସେ ଇଂଲଣ୍ଡରେ ସାମିଲ ହେବାକୁ ବିରୋଧ କରିଥିଲେ । ଏହାର ଜବାବରେ ଆୟରିଶ ରିପବ୍ଲିକାନ ଆର୍ମି ତାଙ୍କୁ ହତ୍ୟା କରିଥିଲେ । ମ୍ୟାକମୋହନ ଏଥିରେ ସାମିଲ ଥିଲେ କିନ୍ତୁ ମୁଁ ସବୁ କିଛି ଯୋଜନା ପ୍ରସ୍ତୁତ କରିଥିଲି । ମ୍ୟାକମୋହନ ଓ ଅନ୍ୟ ସାଥୀମାନେ ତାଙ୍କ ମାଛଧରା ବୋଟରେ ୫୦ ପାଉଣ୍ଡ ଓଜନର ବୋମା ଖଂଜି ବିସ୍ଫୋଟ କରାଇଥିଲେ । ଏଥିରେ ମାଂଉଟବେଟନ ଓ ତାଙ୍କ ନାତି ନିକୋଲସ ନ୍ୟାଚବୁଲଙ୍କ ମୃତ୍ୟୁ ଘଟିଥିଲା । ତେବେ ୧୯୭୪ ବର୍ମିଂହାମ ବୋମା ବିସ୍ଫୋରଣ ଘଟଣାରେ ତାଙ୍କ ହାତ ନ ଥିଲା ବୋଲି ହେସ କହିଛନ୍ତି ।

Leave A Reply

Your email address will not be published.