Latest Odisha News

BREAKING NEWS

ଅଡୁଆରେ ପଡି ପାରନ୍ତି କୋହଲି, ଅଶ୍ୱୀନ

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ହାରିବା ସହ ସିରିଜ ପରାଜୟବରଣ କରିଛି । ତେବେ ମ୍ୟାଚର ତୃତୀୟ ଦିବସରେ ଡିନ ଏଲଗାରଙ୍କୁ ରବିଚନ୍ଦ୍ରନ ଅଶ୍ୱୀନଙ୍କ ବୋଲିଂରେ ଅମ୍ପାୟର ଏଲବିଡବ୍ଲ୍ୟୁ ଆଉଟ ଦେଇଥିଲେ । ଏଲଗାର ଡିଆରଏସର ସାହାଯ୍ୟ ନେଇଥିଲେ । ଏଥିରେ ତାଙ୍କୁ ଅମ୍ପାୟର ନଟଆଉଟ ଘୋଷିତ କରିଥିଲେ । କୋହଲି ରାଗିକରି ଷ୍ଟମ୍ପ୍ସ ନିକଟକୁ ଯାଇ କହିଥିଲେ ଖାଲି ବିପକ୍ଷ ଟିମ ପ୍ରତି ଧ୍ୟାନ ଦେଲେ ହେବନି । ନିଜ ଟିମ ପ୍ରତି ମଧ୍ୟ ଧ୍ୟାନ ଦିଅ । ଅଶ୍ୱୀନ କହିଥିଲେ ଜିତିବା ପାଇଁ ଭଲ ରାସ୍ତାର ସନ୍ଧାନ କର ସୁପରସ୍ପୋର୍ଟ୍ସ । ସେହିପରି କେଏଲ ରାହୁଲ କହିଥିଲେ ପୁରା ଦେଶ ୧୧ ବ୍ୟକ୍ତିଙ୍କ ବିରୋଧରେ ଖେଳୁଛନ୍ତି ।

ଭାରତୀୟ ଖେଳାଳିଙ୍କ ଏ ଭଳି ବ୍ୟବହାର ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ କହିଛନ୍ତି । ରିପୋର୍ଟ ମୁତାବକ ଆଇସିସି ଏ ନେଇ ବିଚାର କରୁଛି ।

Comments are closed, but trackbacks and pingbacks are open.