Latest Odisha News

ଘରେ ମିଛ କହି କରୋନା ବିରୋଧରେ ଲଢିଲେ ତେଲେଙ୍ଗାନାର ରାମାକ୍ରିଷ୍ଣାନ !

ତେଲେଙ୍ଗାନା: ଲଖ୍ନୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିର ପିଏଚ୍‌ଡି ସ୍କଲାର୍ ରାମାକ୍ରିଷ୍ଣାନ । ସାରା ଦେଶ ଲକ୍‌-ଡାଉନ୍ ଥିବାରୁ ଘରେ ରହି ନିଜ ବାପାଙ୍କୁ ଚାଷବାସରେ ସାହାଯ୍ୟ କରୁଥିଲେ । ହେଲେ ଏତିକିବେଳେ ନିଜ ବିଭାଗୀୟ ମୁଖ୍ୟଙ୍କଠାରୁ କଲ୍ ପାଇଁ ଘରୁ ବାହାରିପଡିଥିଲେ କରୋନା ବିରୋଧରେ ଲଢିବା ପାଇଁ ।

ଭାଇରସ୍ ନମୁନାକୁ ଯାଂଚ କରିବା ଲାଗି (KGMU) ମାଇକ୍ରୋବାୟୋଲଜିର ବିଭାଗୀୟ ମୁଖ୍ୟ ଅମିତା ଜୈନ ରାମାକ୍ରିଷ୍ଣାନଙ୍କ ସହାୟତା ଲୋଡିଥିଲେ । ଅମିତାଙ୍କ ଠାରୁ କଲ୍ ପାଇବା ପରେ ସାଙ୍ଗ ଘରେ ଥେସିସ୍ ଲେଖିବାକୁ ଯାଉଛି ବୋଲି ମିଛ କହି ଘରୁ ବାହାରିପଡିଥିଲେ ।

ତେବେ ତେଲେଙ୍ଗାନାରୁ ଲଖ୍ନୌ ଯିବା ରାମାକ୍ରିଷ୍ଣାନଙ୍କ ପାଇଁ ଏତେଟା ସହଜ ନଥିଲା । ଜନତା କର୍ଫ୍ୟୁ ସମୟରେ ପୋଲିସ ତାଙ୍କୁ ପ୍ରଥମେ ଅଟକାଇଥିଲା, ହେଲେ ସମସ୍ତ ଘଟଣା ଜାଣିବା ପରେ ପୋଲିସ ତାଙ୍କୁ ଏୟାରପୋର୍ଟ ପର୍ଯ୍ୟନ୍ତ ବି ଛାଡିଥିଲା ।

ରାମାକ୍ରିଷ୍ଣାନଙ୍କ ବିଷୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକଲୋଚନକୁ ଆଣିଛନ୍ତି । କରୋନା ବିରୋଧୀ ରାମାକ୍ରିଷ୍ଣାନଙ୍କ ଲଢେଇ ସମସ୍ତ ଦେଶବାସୀଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ।

Leave A Reply

Your email address will not be published.