Latest Odisha News

BREAKING NEWS

ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମ ଭୂଷଣ’ ଗ୍ରହଣ କଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ସଫ୍ଟଓ୍ୱୟାର କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କୁ ମିଳିଲା ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ । ଗତ ସପ୍ତାହରେ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ ଡ. ଟି. ଭି. ନଗେନ୍ଦ୍ର ପ୍ରସାଦଙ୍କଠାରୁ ଆନୁଷ୍ଠାନିକ ଭାବେ ଏହି ସମ୍ମାନ ଗ୍ରହଣ କରିଥିଲେ ନାଡେଲା। ଆସନ୍ତା ଜାନୁଆରୀ ମାସରେ ଭାରତ ଗସ୍ତରେ ନାଡେଲା ଆସିବାର ଯୋଜନା ରଖିଥିବା ସୂଚନା ରହିଛି।

‘ପଦ୍ମ ଭୂଷଣ’ ସମ୍ମାନ ମିଳିବା ପରେ ନାଡେଲା କହିଛନ୍ତି, ଏହା ତାଙ୍କ ପାଇଁ ଗୌରବର ବିଷୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକଙ୍କ ସହ ମିଶି କାମ କରିବାକୁ ଚାହୁଁଛନ୍ତି। ଯାହା ଦ୍ବାରା ସେମାନେ ଅଧିକ ଟେକ୍ନୋଲୋଜି ହାସଲ କରିପାରିବେ। ସାନ ଫ୍ରାନ୍ସିସ୍କୋରେ ଥିବା ଭାରତର କନସୁଲ୍ ଜେନେରାଲ୍ ଡକ୍ଟର ଟିଭି ନାଗେନ୍ଦ୍ର ପ୍ରସାଦ ଗତ ସପ୍ତାହରେ ନାଡେଲାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ପଦ୍ମ ଭୂଷଣ ଗ୍ରହଣ କରିବା ପରେ ନାଡେଲା କହିଛନ୍ତି, “ପଦ୍ମ ଭୂଷଣ ଗ୍ରହଣ କରିବା ଏବଂ ଅନେକ ଅସାଧାରଣ ବ୍ୟକ୍ତିଙ୍କ ସହ ସମ୍ମାନିତ ହେବା ଗୌରବର ବିଷୟ। ଏଥିପାଇଁ ମୁଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଭାରତବାସୀଙ୍କ ନିକଟରେ କୃତଜ୍ଞ। ଅଧିକ ସଫଳତା ପାଇବା ପାଇଁ ସେମାନଙ୍କୁ ଟେକ୍ନୋଲୋଜି ବ୍ୟବହାର କରିବାରେ ସାହାଯ୍ୟ କରିବା ପାଇଁ ମୁଁ ଭାରତର ବିଭିନ୍ନ ଲୋକଙ୍କ ସହ କାମ ଜାରି ରଖିବାକୁ ଅପେକ୍ଷା କରିଛି। “

ହାଇଦ୍ରାବାଦରେ ଜନ୍ମିତ ନାଡେଲା ଫେବୃଆରୀ ୨୦୧୪ରେ ମାଇକ୍ରୋସଫ୍ଟର ସିଇଓ ହୋଇଥିଲେ ଏବଂ ଜୁନ୍ ୨୦୨୧ରେ କମ୍ପାନୀର ଚେୟାରମ୍ୟାନ୍ ହୋଇଥିଲେ। ୫୫ ବର୍ଷିୟ ମାଇକ୍ରୋସଫ୍ଟ ସିଇଓ ଚଳିତ ବର୍ଷ ଆରମ୍ଭରେ ୧୭ ଜଣ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭାବରେ ନାମିତ ହୋଇଥିଲେ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଉଥିବା ପଦ୍ମ ପୁରସ୍କାର ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଅନ୍ୟତମ । ପ୍ରତିବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ପଦ୍ମ ପୁରସ୍କାର କମିଟି ଦ୍ୱାରା ଦିଆଯାଇଥିବା ସୁପାରିଶ ଉପରେ ପଦ୍ମ ପୁରସ୍କାର ଦିଆଯାଏ।

Comments are closed.