Latest Odisha News

BREAKING NEWS

ଭାରତରେ କୋଭିଡ୍ ସ୍ଥିତିକୁ ନେଇ ଗଭୀର ମର୍ମାହତ ମାଇକ୍ରୋସଫ୍ଟ ସିଇଓ, ବଢ଼ାଇଲେ ସହାୟତାର ହାତ

ନୂଆଦିଲ୍ଲୀ: ଭାରତରେ କରୋନାର ସେକେଣ୍ଡ ଓ୍ୱେଭ୍ ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ଟପିଥିବା ବେଳେ ଅକ୍ସିଜେନ୍ ସଂକଟକୁ ନେଇ ହାହାକାର ପରିସ୍ଥିତି । ଭାରତର ଏଭଳି ସ୍ଥିତି ମାଇକ୍ରୋସଫ୍ଟ ସିଇଓ ତଥା ଭାରତରେ ଜନ୍ମିତ ସତ୍ୟ ନାଦେଲାଙ୍କୁ ମର୍ମାହତ କରିଛି । ସେ କହିଛନ୍ତି ଭାରତରେ ସାମ୍ପ୍ରତିକ ସ୍ଥିତି ହୃଦୟବିଦାରକ ।

ଅମ୍ଳଜାନ ଉତ୍ପାଦନକାରୀ ଉପକରଣ କିଣିବାରେ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସତ୍ୟ ନାଦେଲା । ଆମେରିକା ପ୍ରଶାସନ ଭାରତକୁ ସହଯୋଗର ହାତ ବଢାଇଥିବାରୁ ସେ ଆମେରିକା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭାରତର ଏଭଳି ସଙ୍କଟଜନକ ପରିସ୍ଥିତିରେ ମାଇକ୍ରୋସଫ୍ଟ ରିଲିଫ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ଅମ୍ଳଜାନ ଉତ୍ପାଦନକାରୀ ଉପକରଣ କିଣିବା ଦିଗରେ ସହାୟତା କରିବାକୁ ନିଜର ସ୍ୱର, ସମ୍ବଳ ଓ ପ୍ରଯୁକ୍ତିକୁ ବ୍ୟବହାର କରିବ ବୋଲି କହିଛନ୍ତି ସତ୍ୟ ନାଦେଲା ।

Leave A Reply

Your email address will not be published.