Latest Odisha News

BREAKING NEWS

ମଝି ଆକାଶରେ ବୋମା ଆତଙ୍କ, ବର୍ମିଂହାମ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନକୁ ରିୟାଦ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବୋମା ଧମକ। ଶନିବାର ବର୍ମିଂହାମ (ୟୁକେ)ରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ସାଉଦି ଆରବର ରିୟାଦକୁ ଡାଇଭର୍ଟ କରାଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ଏୟାରଲାଇନ୍ସ ତରଫରୁ ସୂଚନା ଦିଆଯାଇଛି।

ବୋମା ସମ୍ପର୍କରେ ତୁରନ୍ତ ତଦନ୍ତ କରାଯାଇଥିବା ନେଇ ଏୟାର ଇଣ୍ଡିଆ ନିଜ ବିବୃତିରେ ପ୍ରକାଶ କରିଛି। ତେବେ ଯାଞ୍ଚରୁ ସେପରି କିଛି ସନ୍ଦେହ ଜନକ ତଥ୍ୟ ମିଳିନଥିବା ଜଣାପଡିଛି।  ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବିମାନରୁ ବାହାର କରାଯାଇ ହୋଟେଲରେ ରଖାଯାଇଛି। ଯାତ୍ରୀମାନଙ୍କୁ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ନେଇ ବିମାନ କମ୍ପାନୀ ତରଫରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ଜୁନ୍ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍ ପରେ ଏୟାର ଇଣ୍ଡିଆର ବିମାନ ଏ ଆଇ ୧୭୧ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଲା। ଯେଉଁଥିରେ ବିମାନରେ ଥିବା ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେବଳ ଜଣେ ଯାତ୍ରୀ ଚମତ୍କାର ଭାବରେ ବଞ୍ଚି ଯାଇଥିଲେ। ତେବେ ବିମାନଟି ଯେଉଁ ମେଡିକାଲ କଲେଜରେ ବାଡେଇ ହୋଇଥିଲା ସେହି ସ୍ଥାନ ଏବଂ ତାହାର ଆଖପାଖରେ ସ୍ଥାନରେ ଉପସ୍ଥିତ ଥିବା ୨୯ରୁ ଅଧିକ ଲୋକଙ୍କର ମଧ୍ୟ ସେହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହା ପରଠାରୁ ବିମାନ କମ୍ପାନୀ ସୁରକ୍ଷା ଯାଞ୍ଚ ଉପରେ କଡା ନଜର ରଖିଛି।

 

Comments are closed.