Latest Odisha News

BREAKING NEWS

ଆଗୁଆ ସ୍କୁଲ ଛୁଟି ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନଭୋଜନ ଖର୍ଚ୍ଚ

ଭୁବନେଶ୍ଵର: ଆସନ୍ତା ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି । ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏପରି ପଦକ୍ଷେପ ନିଆଯାଇଛି । ଏପ୍ରିଲ ୨୫ରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ସ୍କୁଲ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନଭୋଜନ ଖର୍ଚ୍ଚ ସହ ଚାଉଳ। ଏନେଇ ପିଏମ ପୋଷଣ ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର୍ ଆୟାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।

ସେପଟେ ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିଛି। ଗ୍ରୀଷ୍ମ ପ୍ରବାହ ପାଇଁ ଗତ ୧୮ ତାରିଖରୁ ୨୦ ଯାଏ ସ୍କୁଲ ବନ୍ଦ ଥିଲା। ତେବେ ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ମେ ୬ ତାରିଖରୁ ସ୍କୁଲ ଛୁଟି ହେବା କଥା। କିନ୍ତୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟସରକାର ଏପ୍ରିଲ ୨୫ରୁ ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

୨୫ ତାରିଖରୁ ମେ ୪ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୯ ଦିନର ଖାଦ୍ୟ ପିଲାଙ୍କୁ ଦିଆଯିବ। ମୋଟ ୧୨ ଦିନର ଛୁଟି ପାଇଁ ଅଭିଭାବକଙ୍କୁ ମଧ୍ୟାହ୍ନଭୋଜନ ସାମଗ୍ରୀର ଖର୍ଚ୍ଚ ସହ ଚାଉଳ ବଣ୍ଟନ କରାଯିବ। ରୋଷେଇ ଖାଦ୍ୟ ସାମଗ୍ରୀର ଖର୍ଚ୍ଚ ସିଧାସଳଖ ପିଲା କିମ୍ବା ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.