Latest Odisha News

BREAKING NEWS

ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ ଅଭିଯୋଗ

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ଖଇରା ଥାନା ଜଳଦା ନୋଡାଲ ବିଦ୍ୟାଳୟର କ୍ବାରେଣ୍ଟାଇନ ସେଣ୍ଟର୍ ରେ ଥିବା ଜଣେ ଯୁବକଙ୍କର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନି ବିହାରି ମଳିକ ମୁମ୍ବାଇରେ ଗତ କିଛି ବର୍ଷ ଧରି କାମ କରୁଥିଲେ । ଗତ ୨୭ ତାରିଖରେ ବିପିନ ତାଙ୍କ ବଡ ଭାଇଙ୍କ ସହିତ ମୁମ୍ବାଇରୁ ଫେରି ୨୯ରେ ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ଷ୍ଟେସନରୁ ସିଧା କ୍ବାରେଣ୍ଟାଇନ ସେଣ୍ଟର୍ ଯାଇ ରହିଥିଲେ । ମାତ୍ର ଗତ କାଲି ରାତିରେ ତାଙ୍କ ଦେହ ଅସୁସ୍ଥ ହେବାରୁ ୧୦୮ କୁ ଯୋଗାଯୋଗ କରିଥିଲେ ।ତେବେ କ୍ବାରେଣ୍ଟାଇନ ସେଣ୍ଟର୍ ରୁ ରୋଗି ଆଣିବାକୁ ଆମ୍ବୁଲାନ୍ସ ମନା ଦେଇଥିବା କୁହାଯାଉଛି। ବାଧ୍ୟ ହୋଇ ତାଙ୍କୁ ବାଇକ ଯୋଗେ କ୍ବାରେଣ୍ଟାଇନ ସେଣ୍ଟର୍ ରୁ ସୋର ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଡାକ୍ତର ଚିକିତ୍ସା କରୁଥିବା ବେଳେ ଉକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।

Comments are closed.