ବାନ୍ଦିପାରା: ଜମ୍ମ-କଶ୍ମୀରରେ କିଛି ଦିନର ନୀରବତା ପରେ ପୁନର୍ବରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ ଆରମ୍ଭ କରିଛନ୍ତି । ଆଜି ବାନ୍ଦିପାରା ଜିଲାର ସଦନପୁର ଗ୍ରାମରେ ଏକ ବିହାରୀ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ମହମ୍ମଦ ଅମରେଜ ନାମକ ଏହି ୧୬ ବର୍ଷୀୟ ଯୁବକ ରାତିରେ ବାଥରୁମକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପଂହଚି ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବାଟରେ ଅମରେଜଙ୍କ ମୃତ୍ୟୁ ଘଟିଥିଲା । ୪ ମାସ ମଧ୍ୟରେ ବିହାରର ୧୧ ଶ୍ରମିକଙ୍କୁ ଆତଙ୍କବାଦୀମାନେ ହତ୍ୟା କରି ସାରିଛନ୍ତି । ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରି ଆତଙ୍କବାଦୀଙ୍କୁ ଖୋଜୁଛି । କେନ୍ଦ୍ର ସରକାର ଏହି ଟାର୍ଗେଟ କିଲିଂ ରୋକିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ବିଶେଷ ଲାଭ ହେଉ ନାହିଁ । କଶ୍ମୀରରେ ରହୁଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରି ଘାଟିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଗୋଇନ୍ଦା ରିପୋର୍ଟ ପ୍ରକାଶ ପାଇଛି ।
BREAKING NEWS
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
- ଜାତୀୟ ସଙ୍ଗୀତ ଗାୟନ ବିବାଦ ପରେ ଇରାନର ୫ ଖେଳାଳିଙ୍କୁ ମାନବୀୟ ଭିଜା ଦେଲା ଅଷ୍ଟ୍ରେଲିଆ
- ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା
- “Rahul Gandhi ‘urban naxal'”: ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ, କହିଲେ, ‘ନକ୍ସଲ… ନିର୍ବୋଧ ରାଜକୁମାର…’
Comments are closed.