ଗଞ୍ଜାମ: ସଙ୍କଟରେ ପ୍ରବାସୀ ଶ୍ରମିକଙ୍କ ଭବିଷ୍ୟତ । ଯଥାଶୀଘ୍ର କିଛି ବ୍ୟବସ୍ଥା କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ବର୍ତ୍ତମାନ କରୋନା ସଂକ୍ରମଣ ମୁକାବିଲା ନିମନ୍ତେ ଲକଡାଉନ ଜାରି ରହିଛି । ଫଳରେ ସମସ୍ତ ଦୋକାନ ବଜାର ଏବଂ କଳ କାରଖାନା ବନ୍ଦ ରହିଛି । ଏଣୁ ବିଭିନ୍ନ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ବହୁ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ସ୍ଥିତିକୁ ଚାଲି ଆସିଛି । ଏହି ପ୍ରବାସୀଙ୍କ ଭବିଷ୍ୟତ ବର୍ତ୍ତମାନ ସଙ୍କଟରେ ରହିଛି। ଯେହେତୁ ରୋଜଗାର ବନ୍ଦ ହୋଇଯାଇଛି ତେଣୁ ଆଗାମୀ ଦିନରେ ପରିବାର ପ୍ରତିପୋଷଣ କରିବା ସେମାନଙ୍କ ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୦୫ ଲକ୍ଷ ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟରେ କାମ କରୁଥିଲେ । ବର୍ତ୍ତମାନ ସେମାନେ କାମ ହରାଇ ଘରେ ରହିଛନ୍ତି । ସରକାର ତୁରନ୍ତ ସେମାନଙ୍କୁ ଆତ୍ମ ନିଯୁକ୍ତି ଯୋଗାଇବା ନିମନ୍ତେ ପଦେକ୍ଷପ ଗ୍ରହଣ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଛି । ସରକାର ନିକଟରେ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜ ଗରିବ ଓ ଅସହାୟ ଶ୍ରମିକଙ୍କ ସମସ୍ୟା ସମାଧାନ ନିମନ୍ତେ ତୁରନ୍ତ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି ।
BREAKING NEWS
- ଭୁବନେଶ୍ୱରରୁ ବ୍ରହ୍ମପୁର; ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ୬ ସ୍ଥାନରେ ଭିଜିଲାନ୍ସ ରେଡ୍
- Mann Ki Baat: ‘ମନ କି ବାତ୍’ରେ ସର୍ଜିକାଲ୍ ଷ୍ଟ୍ରାଇକ୍କୁ ମନେ ପକାଇଲେ ପିଏମ୍ ମୋଦୀ, କହିଲେ, ‘ଆତଙ୍କବାଦକୁ ଭାରତ ବରଦାସ୍ତ କରେନାହିଁ’
- Party Switch: ୧୧୧ ସାଂସଦ-ବିଧାୟକ ବଦଳାଇଛନ୍ତି ଦଳ, ବିଜେପିରେ ୨୯ ଜଣ…ଜାଣନ୍ତୁ ସବୁଠୁ ବେଶୀ କେଉଁ ଦଳ ଛାଡିଛନ୍ତି ନେତା?
- ଖୋଲିଲା ହୀରାକୁଦର ଆଉ ୨ ଗେଟ୍, ୨୨ ଗେଟରେ…
- ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତରପ୍ରଦେଶ; ୧୭ ମୃତ, ଅନେକ ଗାଁ ଜଳବନ୍ଦୀ
- UNSC ସ୍ଥାୟୀ ସଦସ୍ୟପଦ: ଭାରତକୁ ରୁଷର ପୂର୍ଣ୍ଣ ସମର୍ଥନ
- ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ଜଳସ୍ତର, ବଢୁଛି ବନ୍ୟା ଆଶଙ୍କା
- ରବିବାର ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣିରଖନ୍ତୁ…
- Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ
- ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍ରୁ ଉଠାଇ ପାରିବେ ଟଙ୍କା, ଲାଗିବନି ଏକ୍ସଟ୍ରା ଚାର୍ଜ

Comments are closed.