Latest Odisha News

BREAKING NEWS

ବ୍ରହ୍ମପୁରର ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକଙ୍କ ରାସ୍ତା ରୋକ

ବ୍ରହ୍ମପୁର: ଆଜି ସକାଳ ୭ଟାରୁ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ହଳଦିପଦର ବସ୍ ଟର୍ମିନାସ ନିକଟସ୍ଥ ୬ନଂ ଜାତୀୟ ରାଜପଥରେ ପାଖାପାଖି ୧୫୦ ଜଣ ପ୍ରବାସୀ ଶ୍ରମିକ ରାସ୍ତା ରୋକୋ କରିଛନ୍ତି।

ଉପଯୁକ୍ତ ଖାଦ୍ୟ ଯୋଗାଣ ଅଭାବ ତଥା ନିଜ ନିଜ ଗ୍ରାମ କ୍ବାରେନଣ୍ଟାଇନ କେନ୍ଦ୍ରକୁ ଯିବା ପାଇଁ ପରିବହନରେ ଅସୁବିଧା ବିରୋଧରେ ସେମାନେ ଏହି ରାସ୍ତା ରୋକ କରିଥିବା ନେଇ ସୂଚନା ମିଳିଛି।

ସହରାଞ୍ଚଳ ବିକାଶ ବିଭାଗ ଦ୍ୱାରା ୧୨.୬୧ କୋଟି ମୂଲ୍ୟରେ ହଳଦିଆପଦର ବସ୍ ଟର୍ମିନାସ୍ ନିର୍ମିତ ହେଇଥିଲା। ଯାହାକୁ ଗତ ୨୦୧୬ ମସିହା ଫେବୃଆରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଉଦଘାଟନ କରାଯାଇଥିଲା। ଏବେ କର୍ତ୍ତୃପକ୍ଷ ଏହି ବସ୍ ଟର୍ମିନାସକୁ ମୁଖ୍ୟ ପରିବହନ ପଏଣ୍ଟ ଭାବେ ପରିଣତ କରିଛନ୍ତି।

ଏନେଇ ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଆଲୋଚନା କରିଥିଲେ। ଏହାଛଡା ସେମାନଙ୍କୁ ନିଜ ନିଜ ସ୍ଥାନକୁ ପଠାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଇବାର ପ୍ରତିଶ୍ରୁତି ଦେବା ପରେ ଯାଇ ଉତ୍ୟକ୍ତ ପ୍ରବାସୀ ଶ୍ରମିକମାନେ ରାସ୍ତା ରୋକୋ ପ୍ରତ୍ୟାହାର କରିଥିଲେ।

Leave A Reply

Your email address will not be published.