Latest Odisha News

ଜୁନ ୫ରେ ଆସିପାରେ ‘ୟୁପିଏସସି ପ୍ରିଲିମ୍ସ ପରୀକ୍ଷା’ର ପରିବର୍ଦ୍ଧିତ ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷାର ପରିବର୍ଦ୍ଧିତ ତାରିଖ ଜୁନ ୫ ରେ ଆସିପାରେ ବୋଲି ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି ।

ଏହି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା upsc.gov.in ରେ ପ୍ରାର୍ଥୀ ମାନେ ପାଇପାରିବେ ।

ପୂର୍ବରୁ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ପାଇଁ ମଇ ୩୧ ରେ ତରିଖ ଧାର୍ଯ୍ୟ ହୋଇଥିବା ବେଳେ କରୋନା ମହାମାରୀ ଜନିତ ଲକଡାଉନ ଯୋଗୁ ଏହାକୁ ପରିବର୍ଦ୍ଧିତ କରିଦିଆଇଯାଇଛି ।

ପ୍ରତିବର୍ଷ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ପାଇଁ ପ୍ରାୟ ସାତ ଲକ୍ଷ ପ୍ରାର୍ଥୀ ରେଜିଷ୍ଟର କରୁଥିବା ବେଳେ, ଚଳିତ ବର୍ଷ ପାଖାପାଖି ୧୦ ଲକ୍ଷ ଆଶାୟୀ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ପାଇଁ ରେଜିଷ୍ଟର କରିଥିବା ହିନ୍ଦୁସ୍ତାନ ଟାଇମ୍ସ ସୂଚନା ଦେଇଛି ।

Leave A Reply

Your email address will not be published.