Latest Odisha News

ଫେରୁଛନ୍ତି ପ୍ରବାସୀ: ଭ୍ରଦକରେ ୨୪ ଘଣ୍ଟିଆ କର୍ଫ୍ୟୁ ଘୋଷଣା

ଭଦ୍ରକ: ପ୍ରବାସୀଙ୍କୁ ନେଇ ଦୁଇଟି ଟ୍ରେନ୍ ଆଜି ଭଦ୍ରକରେ ପହଞ୍ଚିବ । ଏନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ଅପରାହ୍ନ ୨ ଟାରୁ ଆଗାମୀ ୨୪ ଘଣ୍ଟା ଯାଏଁ ଚାରମ୍ପା ରେଳ ଷ୍ଟେସନର ୫୦୦ ମିଟର ପର୍ଯ୍ୟନ୍ତ ୧୪୪ ଆଧାରରେ କର୍ଫ୍ୟୁ ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ଏହି ନିଷେଧାଦେଶ ମଧ୍ୟ ଏହି ଅଞ୍ଚଳ ଗୁଡିକୁ ବିସ୍ତାର କରାଯାଇଛି:

୧. ଡଗରାସାହି ସ୍କୁଲ ଛକରୁ ଗୁଣ୍ଠୁଣିଆ ବଜାର ରେଳ ମାଲଗୋଡାଉନ୍ ରୋଡ୍ ।

୨. ତେଲେଙ୍ଗାସାହି ଗଳି ଛକ ଠାକୁ କୈଳାଶ ଫିଲ୍ମ ହଲ ଛକ ।

୩. ଚରମ୍ପା ଓଭରବ୍ରିଜ୍ ଛକ ଠାରୁ ଜାଭିୟର୍ ସ୍କୁଲ୍ ଛକ ପର୍ଯ୍ୟନ୍ତ ।

୪.ବେଲମାଲ ଠୁ ରେଳ ଷ୍ଟେସନ ଛକ ପର୍ଯ୍ୟନ୍ତ।

ଜିଲ୍ଲାପାଳ ଜ୍ଞାନ ଦାସ ଦେଇଥିବା ସୁଚନା ଅନୁଯାୟୀ, ପ୍ରତ୍ୟାବର୍ତ୍ତନକାରୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବ ସହ ଷ୍ଟେସନରୁ କ୍ଵରେଣ୍ଟାଇନ କେନ୍ଦ୍ର ପର୍ଯ୍ୟନ୍ତ ସେମାନଙ୍କୁ ପହଞ୍ଚାଇବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହେବ।

ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସାଧାରଣ ଲୋକଙ୍କ ଗତିବିଧି ଏବଂ ସମସ୍ତ ଅତ୍ୟାବଶ୍ୟକ କାର୍ଯ୍ୟକଳାପକୁ ନିଷେଧ କରାଯାଇଛି ।

ଭଦ୍ରକ ରେଳବାଇ ପୋଲିସ ଷ୍ଟେସନର ଓଆଇସି, ଭଦ୍ରକ ଟାଉନ ପୋଲିସ ଷ୍ଟେସନ ଆଇଆଇସି ଏବଂ ଭଦ୍ରକ ଗ୍ରାମୀଣ ପୋଲିସ ଷ୍ଟେସନ ଆଇଆଇସିଙ୍କୁ ଭି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ଏବଂ ନିଷିଦ୍ଧ ଅଞ୍ଚଳରେ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଏବଂ ଆଇପିସିର ଦଣ୍ଡବିଧାନ ବ୍ୟବସ୍ଥା ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି

Comments are closed.