Latest Odisha News

BREAKING NEWS

ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସରିବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ । ଆଜି ଲକ୍‌ଡାଉନର ୪୯ତମ ଦିବସ । ତେବେ ଆଗକୁ ଲକ୍ ଡାଉନ ବଢିବ କି ନାହିଁ ଏବଂ ଅନ୍ୟ ବିଷୟକୁ ନେଇ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି ।

ଦେଶବ୍ୟାପୀ ଲକ୍‌ଡାଉନ ସମ୍ପର୍କରେ ଗତ କାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ ଭିଡିଓ କନଫରେନ୍ସି ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏଥିରେ ପଂଜାବ, ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ ଅବଧି ବଢାଇବା ସପକ୍ଷରେ ମତ ପ୍ରକାଶ କରିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମାଞ୍ଚଳକୁ କରୋନାରୁ ସୁରକ୍ଷିତ ରଖିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ ।

କରୋନା ସଂକ୍ରମଣ ଭୟରେ ସାରା ଦେଶରେ ମାର୍ଚ୍ଚ ୨୫ ତାରିଖରୁ ୨୧ ଦିନିଆ ଲକ୍ ଡାଉନ ଘୋଷଣା ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଲକ୍ ଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.