Latest Odisha News

BREAKING NEWS

ଆଜି ପଞ୍ଚଭୂତରେ ବିଲୀନ ହେବେ ମିହିର ଦାସ

କଟକ: ଆଜି ପଞ୍ଚଭୂତରେ ବିଲିନ ହେବେ ମିହିର ଦାସ । ସଂସାର ରଙ୍ଗମଞ୍ଚରୁ ଚିର ବିଦାୟ ନେଇଯାଇଛନ୍ତି ମିହିର ଦାସ । କଟକସ୍ଥିତ ସତୀଚଉରା ଶ୍ମଶାନରେ ହେବ ଶେଷକୃତ୍ୟ । ସକାଳ ସାଢ଼େ ୮ଟାରେ ବାସଭବନରୁ ମିହିରଙ୍କ ମରଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଉଛି । ସେଠାରେ ମିହିର ଦାସଙ୍କୁ ଗାର୍ଡ଼ ଅଫ ଅନର ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଗତକାଲି ଅପରାହ୍ନରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଥିଲେ ଓଡ଼ିଆ ସିନେ ଜଗତର ବେତାଜ ବାଦଶାହ ମିହିର ଦାସ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲେ । ଦୀର୍ଘ ଦିନ କିଡ଼ନୀ ରୋଗରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡ଼ିଥିଲେ ମିହିର ଦାସ । ପରେ ତାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଯାଇଥିଲା ।

ଚଳଚ୍ଚିତ୍ର ଜଗତରେ ତାଙ୍କ ଅଭିନୟର ଯାଦୁ ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା । ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନକୁ କିଣିଥିଲେ । କେବଳ ଚଳଚ୍ଚିତ୍ର ଜଗତରେ ହିରୋ ନୁହେଁ, ବାସ୍ତବରେ ଜୀବନରେ ହିରୋ ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ବିୟୋଗରେ ସବୁ ମହଲରେ ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.